ଦେଢ଼ମାସ ହେଲା ମହିଳା ନିଖୋଜ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ଇଞ୍ଚୋଳ ପଞ୍ଚାୟତ ଭୁତପଦା ଗ୍ରାମର ମେନକା ସା(୫୮) ଦୀର୍ଘ ଦେଢ଼ ମାସ ହେଲା ନିଖୋଜ ହୋଇଯାଇଥିବା ନେଇ ସ୍ୱାମୀ ଦୁର୍ଯ୍ୟୋଧନ ସା ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାଇ ଗତ ଜୁଲାଇ ୧୪ତାରିଖ ଦିନ ସକାଳୁ ସକାଳୁ ମେନକା କେଉଁଆଡେ ଘରୁ ପଳାଇଥିଲେ । ତାଙ୍କର ସାମାନ୍ୟ ମସ୍ତିସ୍କ ବିକୃତ ଥିଲା । ଦୁର୍ଯ୍ୟୋଧନ ଓ ପରିବାର ଲୋକେ ସେହିଦିନ ଠାରୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ ତାଙ୍କର କିଛି ସନ୍ଧାନ ପାଇପାରୁ ନାହାନ୍ତି । ଏନେଇ ଦୁର୍ଯ୍ୟୋଧନ ନନ୍ଦିପଦା ଥାନାରେ ଅଭିଯୋଗ କରିବା ସହ କେହି ସହୃଦୟ ବ୍ୟକ୍ତି ତାଙ୍କ ସନ୍ଧାନ ପାଇଲେ ୮୧୧୭୯୩୮୬୭୯ରେ ଜଣାଇବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ