ସ୍ୱାମୀ ବିବେକନନ୍ଦ ଶିଶୁ ମନ୍ଦିରରେ ନନ୍ଦୋସ୍ରବ ଅନୁଷ୍ଠିତ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ଶିଶୁବିଦ୍ୟା ମନ୍ଦିରରେ ଶନିବାର ନନ୍ଦୋସ୍ରବ ଧୁମ୍ଧାମରେ ପାଳିତ ହୋଇଯାଇଛି । ଏହି ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ଆଇନଜୀବି ସନ୍ତୋଷ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉପସ୍ଥିତ ଥିବା ବିଦ୍ୟାର୍ଥୀ ଓ ଅଭିଭାବକ ମାନଙ୍କୁ ଦିଗଦର୍ଶନ ଦେଇଥିଲେ ।ଏହା ସହ ପୂର୍ବତନ ଉପାଧକ୍ଷ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଭଳି ମହୋସ୍ରବ ପାଳିତ କରାଯାଉଥିବାରୁ ଶିଶୁୂ ମାନଙ୍କ ମଧ୍ୟରେ ଆଧାତ୍ମିକ ଚେତନା ହୋଇପାରିବ ବୋଲି ନିଜ ମନ୍ତବ୍ୟ ଦେଇଥିଲେ । ଏହା ସହ ଶିଶୁ ମନ୍ଦିରର ୪୦ ଜଣ ରାଧା ଓ କୃର୍ଷ୍ଣ ବେଶରେ ସଜାଇ ହୋଇଥିବାରୁ ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି । ଏହା ପରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଭଜନ ପ୍ରତିଯୋଗିତା କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଥମ ଶ୍ଣେୀ ଠାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କ ପରିଚୟ ଶୁଭସ୍ମିତା ସ୍ୱାଇଁ, ମନୀଷା ଡାକୁଆ ,ପ୍ରଜ୍ଞାରାଣୀ ଦାସ ,ମାନସୀ ପ୍ରଧାନ ,ଶ୍ରୀୟାରାଣୀ ଗୈାଡ ,ସମୀର ରଂଜନ ସାହୁ ,ପୁରସ୍କୃତ ହୋଇଥିଲେ । ଭଜନ ପ୍ରତିଯୋଗିତାକୁ ସାର୍ପ ଏଜୁକେସନ ସେଣ୍ଟରର ନିର୍ଦେଶକ ସତ୍ୟନାରାୟଣ ସିଅ ,ଏବଂ ଲିଟିଲଷ୍ଟାର ଏଜୁକେସନର ନିର୍ଦେଶକ ରବୀନ୍ଦ୍ର ଡାକୁଆ ପ୍ରତିଯୋଗୀତାର ମୁଲ୍ୟାଙ୍କନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ସଂପାଦକ ସୁଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଏହା ସହ ସମସ୍ତ ଗୁରୁଜୀ ,ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁୂ ସୁଚାରୁରୂପେ ଚଳାଇଥିଲେ ।


