ସ୍କୁଲ ମିଶ୍ରଣ ନେଇ ପ୍ରତିବାଦ.. ମୁଖ୍ୟମନ୍ତ୍ରୀଙ୍କ ସଚିବଙ୍କୁ ଜଣାଇଲେ ସମସ୍ୟା

ହିଂଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ୍) : ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲୀପ କୁମାର ମହାନ୍ତିଙ୍କ ରବିବାର ହିଂଜିଳି ଗ୍ରସ୍ତ ବେଳେ ହିଂଜିଳିକାଟୁରେ ଗତ ଜୁଲାଇରୁ ସରକାରୀ ବାଳିକା ବିଦ୍ୟାଳୟ ଓ ବୃନ୍ଦାବନ ବିଦ୍ୟାପୀଠ ମିଶ୍ରଣକୁ ନେଇ ଗୋଟିଏ ସ୍କୁଲ ଗଠନ ଆପତି ଉଠିଛି । ବହୁ ବରିଷ୍ଠ ବିଜେଡ଼ି ନେତା ସଚିବଙ୍କୁ ଭେଟି ଏହାର ପୁର୍ନ ବିଚାର କରିବାକୁ ଅନୁରୋଧ କରିଥିଲେ । ପୂର୍ବପରି ୨ଟି ସ୍କୁଲ କରି ପରିଚାଳନା କରିବାକୁ ପ୍ରସ୍ତାବ ଦେଇଥିଲେ ଉପସ୍ଥିତ ନେତା । ରବିବାର ଅଂଚଳର ବିଭିନ୍ନ ଉନ୍ନୟନ ସମୀକ୍ଷା କରିବାକୁ ସ୍ୱତନ୍ତ୍ର ସଚିବ ହିଂଜିଳି ଗ୍ରସ୍ତରେ ଆସିଥିଲେ । ଗତ ଜୁନ ୨୮ରେ ହିଂଜିଳିକାଟୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ବୃନ୍ଦାବନ ବିଦ୍ୟାପୀଠର ମିଶ୍ରଣ ନେଇ ବୈଠକ ହୋଇଥିଲା । ଏଥିରେ ବହୁ ଅଭିଭାବକଙ୍କ ମତକୁ ଗ୍ରହର କରାଯାଇ ନଥିଲା । କିଛି ଲୋକଙ୍କୁ ନେଇ ରେଜୁଲେସନ କରି ଜୁଲାଇ ପହିଲାରୁ ୨ସ୍କୁଲକୁ ମିଶାଇ ସରକାରୀ ବୃନ୍ଦାବନ ବିଦ୍ୟାପୀଠ ଭାବେ ପରିଚାଳିତ ହେଲା । ୨ସ୍କୁଲ ମଧ୍ୟରେ କେନ୍ଦ୍ରୀୟ ସ୍କୁଲ ରହିଛି । ଏତିସହ ପରିଚାଳନା ଗତ ତୃଟି ହେଉଛି । ଫଳରେ ସ୍କୁଲରୁ ଛାତ୍ରୀଙ୍କ ଡ଼୍ରପ ଆଉଟ ପାଇଁ ବହୁ ଅଭିଭାବକ ବିଚାର କରୁଥିବା ଆଲୋଚନା ହେଉଥିବା ନେଇ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏଥି ସହ ହିଂଜିଳିକାଟୁ ଡ଼ାକ୍ତରଖାନାରେ ମେଡ଼ିସିନ ବିଭାଗର ଡ଼ାକ୍ତର ପଦବୀ , ଶ୍ରମିକଙ୍କ ସ୍ୱାସ୍ଥ୍ୟ କାର୍ଡ଼ , ସହରର ବିଭିନ୍ନ ଅଂଚଳକୁ ଗୋଳିଆ ପାଣି ବଂଟନ ହେଉଥିବାରୁ କାମଳ ରୋଗ ବ୍ୟାପୀଥିବା ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ବିଜେଡ଼ି ସଭାପତି ଭୀମସେନ ବେହେରା, ସୁରେନ୍ଦ୍ର ପ୍ରଧାନ, ସଂଜୟ ପଣ୍ଡା, ସୁବାସ ପଲେଇ, ପୂର୍ବତନ ବିଧାୟକ ହରିହର ସାହୁ , ଆସିକା ସାଂସଦଙ୍କ ପ୍ରତିନିଧି ନୀଳମଣି ପଟ୍ଟନାୟକ, ପ୍ୟାରୀ ପାଢ଼ି, ଶିବରାମ ଗୋ÷ଡ଼, ପବିତ୍ର ପାଣିଗ୍ରାହି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ