୪୦ବର୍ଷ ଧରି ନିଖୋଜ ଥିବା ଗଜପତି ପ୍ରବାସୀଙ୍କୁ ଅରୁଣାଞ୍ଚଳରେ ଭେଟିଲେ ଏଏଲଓ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଜଣେ ପ୍ରବାସୀ ଗତ ୪୦ ବର୍ଷ ଧରି ନିଖୋଜ ଥିଲେ । ପ୍ରବାସୀ ଜଣକ ଅରୁଣାଞ୍ଚଳରେ ରହୁଥିବା ନେଇ ଖବର ଗଜପତି ପ୍ରଶାସନ ଠାରେ ପହଞ୍ଚିବା ପରେ ତାଙ୍କୁ ସେଠାରୁ ଗଜପତିକୁ ଫେରାଇ ଆଣିବା ପାଇଁ ଏଏଲଓଙ୍କୁ ସେଠାକୁ ପଠାଯାଇଛି । ଏଏଲଓ ଅରୁଣାଞ୍ଚଳରେ ସଂପୃକ୍ତ ପ୍ରବାସୀଙ୍କୁ ଭେଟିବା ସହ ସେଠାରୁ ଗଜପତିକୁ ଫେରାଇ ଆଣିବା ପାଇଁ ଉଦ୍ୟମ ଆରମ୍ଭ କରିଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ରାୟଗଡ ବ୍ଲକର ଅବାରସିଂ ଗ୍ରାମର ଜଗପତି କାର୍ଜୀ ଗତ ୪୦ ବର୍ଷ ଧରି ନିଖୋଜ ଥିଲେ । ସୋସିଆଲ ମିଡିଆରେ ସେ ଅରୁଣାଞ୍ଚଳରେ ରହୁଥିବା ଭାଇରାଲ ହୋଇଥିଲା । ଏହି ଖବର ଗଜପତି ପ୍ରଶାସନ ଜାଣିବା ପରେ ତାଙ୍କୁ ସେଠାରୁ ଫେରାଇ ଆଣିବା ପାଇଁ ଗଜପତିରୁ ସହକାରୀ ଶ୍ରମ ଅଧିକାରୀ ସୁବାସ ମଣ୍ଡଳ ଏବଂ ନିଖୋଜ ବ୍ୟକ୍ତିଙ୍କ ପୁତୁରା ମୁକୁନ୍ଦ ଭୁୟାଁଙ୍କୁ ଅରୁଣାଞ୍ଚଳ ପଠାଯାଇଥିଲା । ଏମାନେ ସେଠାରେ ପହଞ୍ଚି ତାଙ୍କ ସହ ସେଠାରେ ଭେଟିଛନ୍ତି । ସେଠାରୁ ତାଙ୍କୁ ଗଜପତିକୁ ଫେରାଇ ଆଣିବା ପାଇଁ ଅରୁଣାଞ୍ଚଳ ସରକାରଙ୍କ ସହାୟତାରେ ସମସ୍ତ ପ୍ରକାର ନଥିପତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଗାମି ୨/୩ ଦିନ ମଧ୍ୟରେ ତାଙ୍କ ସହ ଏମାନେ ଗଜପତି ପହଞ୍ଚିବା ସୁଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ