ଗଜପତିରେ ପୁଣି ବଢିଲା କରୋନା ସଂକ୍ରମଣ;୬୦ଜଣ ପଜିଟିଭ୍ ସହ ସଂଖ୍ୟା ୨୭୧୩ପହଞ୍ଚିଲା 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତିରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇଲା । ଆଜି ୬୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି , ଏହି ୬୦ଜଣକୁ ମିଶାଇ ସଂଖ୍ୟା ୨୭୧୩ରେ ପହଞ୍ଚିଛି ।ଏମାନଙ୍କୁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ୬୦ଜଣଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରାଞ୍ଚଳର ୯ଜଣ,ଗୋଷାଣୀ ବ୍ଲକର ୮ଜଣ,ଗୁମ୍ମା ବ୍ଲକରୁ ୧୬ଜଣ,କାଶୀନଗର ବ୍ଲକରୁ ୨ଜଣ,ମୋହନା ବ୍ଲକରୁ ୪ଜଣ,ରାୟଗଡ ବ୍ଲକରୁ ୪ଜଣ,ନୁଆଗଡ ବ୍ଲକରୁ ୧୩ଜଣ,ଆର.ଉଦୟଗିରି ବ୍ଲକରୁ ୨ଜଣ ଏବଂ ଜିଲ୍ଲା ବାହାରୁ ୨ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ କର୍ମୀଙ୍କ ଯାଞ୍ଚ ବେଳେ ୩୮ଜଣ,ପୁର୍ବସଂକ୍ରମିତଙ୍କ ସଂସ୍ପର୍ଷରେ ୧୨ଜଣ,୮ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସୁଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ