ପୋଲ ବାନ୍ଧିବାକୁ ନେଇ ଦୁଇ ଗାଁ ଭିତରେ ବିବାଦ 

ହାଟଡିହି,(ଓ୍ବାଇଏନ୍ଏସ୍) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଜାବିନିପୁର ଗ୍ରାମର କିଛି ଲୋକ ଜୋର ଜବରଦସ୍ତ ମଙ୍ଗରାଜପୁର ଗାଁ ନିକଟରେ ଥିବା ଗଡିଆଆଡି ପୋଲକୁ ଏକ ଜେସିବି ମେସିନି ଯୋଗେ ବାନ୍ଧି ଦେବାରୁ ଜଳ ନିସ୍କାସନ ହୋଇ ପାରି ଏବେ ମଙ୍ଗରାଜପୁର ଗ୍ରାମର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଯାଇଥିବା ଗ୍ରାମବାସୀମନେ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ସ୍ଥାନୀୟ ସରପଞ୍ଚ, ତହସିଲଦାର ଓ ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଉ ନାହିଁ ବୋଲି ଗ୍ରାମର ବ୍ରଜବନ୍ଧୁ ସାହୁ, ଅର୍ଜୁନ ବେହେରା, ଯୁଦ୍ଧିଷ୍ଠିର ବେହେରା, ଅନୁସାହୁ, ଗୋବିନ୍ଦ ବେହେରା, ଲୋଚନ ସାହୁ, ରାମ ବେହେରା, ସୁଦାମ ବେହେରା, ନାଥୁ ନାୟକ, ଯୁଜା ସାହୁ, ଏକନ ନାୟକ, ରଘୁନ ଦେହୁରୀ, ଭୀମା ବେହେରା, ପ୍ରସନ୍ନ ବେହେରା, ଷିଲୁ ବେହେରା, ନନ୍ଦୁ ବେହେରା, ବାବାଜି ଦେହୁରୀ, ରବି ସାହୁ କରେୁଆ ସାହୁ, ବଟିଆ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି । ତିନିଦିନ ହେଲା ପାଣିରେ ବୁଡି ରହିଥିବାରୁ ତାଙ୍କର ଶହଶହ ଏକର ଚାଷଜମି ସମ୍ପୁର୍ଣ୍ଣ ନଷ୍ଟ ହେବାକୁ ବସିଛି ବୋଲି ସେମାନେ କହିଛନ୍ତି । ଏଣୁ ତୁରନ୍ତ ପ୍ରଶାସନ ପଦକ୍ଷେପ ପେବାକୁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ