ବିଦ୍ୟୁତ କରେଂଟ ଲାଗି ଜଣେ ମୃତ୍ୟୁ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଦ୍ୟୁତ କରେଂଟଲାଗି ବୁଧବାର ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଡିହ ପଂଚାୟତର ପୋଟିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ(୪୬)ନାମକ ବ୍ୟକ୍ତି ଜଣଙ୍କ ନିଜ ଘରେ ଅପରାହ୍ନ ପ୍ରାୟ ୪ଟା ସମୟରେ ବିଦ୍ୟୁତ ଲାଇନ ସଜାଡୁଥିବା ବେଳେ ବିଦ୍ୟୁତ କରେଂଟ ଲାଗିଥିଲା । ତାଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ନିଆଯାଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।


