ଗୁମ୍ଫାରେ ଶୋଇଲେ ଭଲ ହେଉଛି ରୋଗ
କୌଣସି ରୋଗ ହେଲେ ତାହାର ଉପଚାର ପାଇଁ ଲୋକେ ଡାକ୍ତରଙ୍କ ନିକଟକୁ ଯାଇଥାନ୍ତି । ହେଲେ ରୋଗର ଉପଚାର ଲାଗି ଲୋକେ ଗୁମ୍ଫାକୁ ଯାଉଛନ୍ତି ଶୋଇବା ପାଇଁ । ଆଉ ସେଠାରେ ଶୋଇବା ଦ୍ୱାରା ରୋଗ ଭଲ ହେଉଥିବା ସେମାନଙ୍କର ବିଶ୍ୱାସ ମଧ୍ୟ ରହିଛି । ଏମିତି ଏକ ଗୁମ୍ଫା ରହିଛି ଅଷ୍ଟ୍ରିୟାର ଗାସ୍ତିନରେ । ପ୍ରଥମେ ଲୋକେ ସୁନାର ଅନୁସନ୍ଧାନରେ ଏହି ଗୁମ୍ଫାକୁ ଯାଉଥିଲେ । ମାତ୍ର ପରେ ଜାଣିବାକୁ ପାଇଲେ ଯେ, ଏହି ଗୁମ୍ଫାରୁ ବାହାରୁଥିବା ଗ୍ୟାସ୍ ଦ୍ୱାରା ବଡ଼ରୁ ବଡ଼ ରୋଗ ଭଲ ହେଉଛି । ତେଣୁ ରୋଗର ଉପଚାର ପାଇଁ ଏଠାକୁ ଲୋକେ ଆସିବା ଆରମ୍ଭ କଲେ । ଧୀରେ ଧୀରେ ରୋଗ ଭଲ କରୁଥିବା ନେଇ ଏହି ଗୁମ୍ଫା ବେଶ୍ ପରିଚିତ ହେଲା । ବାସ୍ତବରେ ରାଡାନ ନାମକ ଏକ ଗ୍ୟାସ୍ ଏହି ଗୁମ୍ଫାରୁ ବାହାରିଥାଏ । ଏହି ଗ୍ୟାସର ସଂସ୍ପର୍ଶରେ ଆସିବା ଦ୍ୱାରା ରୋଗ ଭଲ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହି ଗୁମ୍ଫାକୁ ଆସି ନିଜର ରୋଗ ଭଲ କରିସାରିଥିବା ଲୋକଙ୍କ କହିବାନୁସାରେ, ଏଠାରେ ଆଣ୍ଠୁଗଣ୍ଠି ଏବଂ ତ୍ୱଚା ସମ୍ବନ୍ଧୀୟ ସମସ୍ତ ରୋଗ ଭଲ ହୋଇଥାଏ । ୟୁରୋପ ଏବଂ ଅନ୍ୟ ଦେଶର ବହୁ ଲୋକ ଏଠାକୁ ନିଜ ରୋଗ ଭଲ କରିବାକୁ ଆସିଥାନ୍ତି । ଗୁମ୍ଫା ଭିତରକୁ ଲୋକଙ୍କୁ ନେବା ପାଇଁ ଟ୍ରେନ୍ ମଧ୍ୟ ଚାଲୁଛି । ଏଠାରେ ସବୁ ସମୟରେ ଡାକ୍ତର ମଧ୍ୟ ରହୁଛନ୍ତି ।