ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତିଙ୍କ ପିତୃ ବିୟୋଗରେ;ବିଭିନ୍ନ ମହଲରେ ଶୋକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ତଥା ଦୈନିକ ସମୟର ଜିଲ୍ଲା ପ୍ରତିନିଧି ଗରୁଡଧ୍ୱଜ ଚୌଧୁରୀଙ୍କ ପିତା ବ୍ରହ୍ମପୁର ଗୋସାଇଁନୁଆଗାଁ ନିବାସୀ ଦାଶରଥି ଚୌଧୁରୀ(୯୪)ଙ୍କ ବ୍ରହ୍ମପୁର ସ୍ଥିତ ଏମକେସିଜି ମେଡିକାଲରେ ବିୟୋଗ ଘଟିଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଚିକିତ୍ସିତ ଅବସ୍ଥାରେ ରହିଥିଲେ । ସେ ଜଣେ ମିଷ୍ଟ ଭାଷୀ,ପରୋପକାରୀ ଏବଂ ଧର୍ମପରାୟଣ ବ୍ୟକ୍ତି ଭାବେ ନିଜ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ଶୋକ ପ୍ରକାଶ କରିଯାଇ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଛି । ଏହି ଖବର ପ୍ରକାଶ ପରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରସେଖର ସାହୁ,ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ,ମୋହନା ବିଧାୟକ ଦାଶରଥୀ ଗମାଙ୍ଗ,ପୁର୍ବତନ ବିଧାୟକ କେ.ସୁରିୟା ରାଓ,ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ,ପାରଳା ଯୁବରାଣୀ କଲ୍ୟାଣୀ ଦେବୀ,ଜିଲ୍ଲା ବରିଷ୍ଠ ବିଜେଡି ନେତା ବସନ୍ତ ଦାସ,ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେହିପରି ଏସୟୁଜେ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା,ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ,ରଶ୍ମିରଞ୍ଜନ ମିଶ୍ର,ଦେବାଶିଷ ପାଢି,ଶିଶିର କୁମାର ଗୌଡ,ଦ୍ୱିଜେନ୍ଦ୍ର ନାଥ ପାଢି,ବିଧାନ ଚୌଧୁରୀ,ବାସୁଦେବ ଦାସ,ଆଦର୍ଶ ଦାସ,ଜଗଦୀଶ ପଣ୍ଡା,ରୁପେଶ ସାହୁ,ସୁଜିତ ବିଶୋଇ,କୃଷ୍ଣ କୁମାର ବେହେରା,ସୁଜିତ ପ୍ରଧାନ,ପ୍ରଭାତ ପାତ୍ର,ବୀର କିଶୋର ପଟ୍ଟନାୟକ,ରାମଗୋବିନ୍ଦ ଆଚାର୍ଯ୍ୟ,ଆମୋଦ ବର୍ଦ୍ଧନ,ସୀତାକାନ୍ତ ପଣ୍ଡା,ଶ୍ରୀକାନ୍ତ ମହାରାଣା,ସରୋଜ ବୀର,ସରୋଜ ପାଣିଗ୍ରାହୀ,ବିବେକା ନନ୍ଦ ବେହେରା,ପି.ଅନୀଲ,ବାଳକୃଷ୍ଣ ପାଣିଗ୍ରାହୀ ପ୍ରମୁଖ ସାମ୍ବାଦିକମାନେ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି ।