ଚୋର ପେଟରୁ ଅଭିନବ ଉପାୟରେ ଚେନ୍ ବାହାରକଲା ପୋଲିସ

ପୋଲିସକୁ ଚକ୍ମା ଦେବା ପାଇଁ ଚୋର ଭିନ୍ନ ଭିନ୍ନ ପନ୍ଥା ଆପଣାଇଥାଏ । କିନ୍ତୁ ପୋଲିସଠାରୁ ବର୍ତ୍ତିବା ସବୁବେଳେ ତା’ ପାଇଁ ସମ୍ଭବ ହୋଇ ନ ଥାଏ । ରାଜସ୍ଥାନର ବିକାନେର୍ରେ ଜଣେ ଚୋର ପୋଲିସକୁ ଦେଖି ସୁନା ଚେନ୍ ଗିଳିଦେଇଥିଲେ । ଚୋର ପେଟରୁ ଚେନ୍ କାଢ଼ିବା ପାଇଁ ଏକ ମଜାଦାର ଉପାୟ ଅବଲମ୍ବନ କରିଥିଲା ପୋଲିସ । ପ୍ରଥମେ ଚୋରକୁ ହସ୍ପିଟାଲ ନେଇ ପହଞ୍ଚିଥିଲା ପୋଲିସ । ସେଠାରେ ଅଲଟ୍ରାସାଉଣ୍ଡ ପରେ ଚୋର ପେଟରେ ଚେନ୍ ଥିବାର ଜଣାପଡିଥିଲା । କୌଣସି ଅପରେଶନ ନ କରି ତାଙ୍କୁ ପୋଟାସିୟମରେ ଭରପୂର ଖାଦ୍ୟ ଖାଇବାକୁ ଦେବାକୁ ଡାକ୍ତର ପୋଲିସକୁ କହିଥିଲେ । ଫଳରେ ପୋଲିସ ଚୋରକୁ ପ୍ରଚୁର କଦଳୀ ଖୁଆଇଲେ । ପରଦିନ ସକାଳେ ଚୋର ଶୌଚାଳୟ ଯିବାବେଳେ ଚେନ୍ଟି ବାହାରକୁ ଆସିଥିଲା । ସୂଚନାଯୋଗ୍ୟ, ଅଗଷ୍ଟ ୨୦ରେ ଦୁଇଜଣ ଚୋର ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟି ନେଇଥିଲେ । ସିସିଟିଭି ଫୁଟେଜରୁ ପୋଲିସ ଚୋରକୁ ଧରିବାକୁ ସକ୍ଷମ ହୋଇଥିଲା । ପୋଲିସକୁ ଦେଖିବା ମାତ୍ରେ ଚୋର ସୁନା ଚେନ୍ଟିକୁ ଗିଳି ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ