ପତ୍ନୀଙ୍କୁ କୁହନ୍ତୁ ନାହିଁ ଏସବୁ କଥା

ସାଧାରଣ ଭାବେ ନବବିବାହିତ ଯୁବକଙ୍କ ଲାଗି ପତ୍ନୀ ହେଉଛନ୍ତି ଦୁନିଆର ସବୁଠାରୁ ପ୍ରିୟ ମଣିଷ । ତାଙ୍କ ସହିତ ନିଜର ସୁଖ ଦୁଃଖ ବାଣ୍ଟିବାକୁ ଉଚିତ ମଣନ୍ତି । ମାତ୍ର ବାସ୍ତବ କଥା ହେଉଛି ପତ୍ନୀଙ୍କୁ ସବକୁ କଥା କହିବା ବେଳେବେଳେ ଅସୁବିଧାରେ ପକାଏ । ପତ୍ନୀଙ୍କ ସହ କପଟତା ଆଚରଣ କରନ୍ତୁ ନାହିଁ; କିନ୍ତୁ ସମ୍ପର୍କ ଗଢ଼ି ଉଠିବା ପର୍ଯ୍ୟନ୍ତ କିଛି କଥାରେ ସଞ୍ଜମତା ଅବଲମ୍ବନ କରନ୍ତୁ । ତେବେ ନିମ୍ନରେ ଆଲୋଚ୍ୟ କଥାଗୁଡିକୁ ଭୁଲରେ ବି ନବବିବାହିତା ପତ୍ନୀଙ୍କୁ କୁହନ୍ତୁ ନାହିଁ । ସବୁ ପୁରୁଷଙ୍କ ଭଳି ଦରମା କହିବାକୁ ପଛାଇ ପାରନ୍ତି : ପତ୍ନୀଙ୍କ ସମସ୍ତ ଆବଶ୍ୟକତା ପୂରଣ କରିବା ଆପଣଙ୍କ ଧର୍ମ । ମାତ୍ର ମନେରଖନ୍ତୁ ଦିନକୁ ୩ ଥର ମାଛ ଖୁଆନ୍ତୁ ପଛେ ପୋଖରୀ ଜମି ବି ଦେଖାନ୍ତୁ ନାହିଁ । ମହିଳାଙ୍କର ଅର୍ଥ ପ୍ରତି ଟିକେ ଦୁର୍ବଳତା ଥାଏ । ତେଣୁ ଆବଶ୍ୟକ ପଡିଲେ ସେ ଟଙ୍କା ପାଇଁ ଆପଣଙ୍କ ପରିବାରକୁ ମଧ୍ୟ ଅଣଦେଖା କରିପାରନ୍ତି । ପୁରୁଣା ପ୍ରେମ ବିଷୟରେ ଭାବିଚିନ୍ତି କୁହନ୍ତୁ: ଆପଣ ଜୀବନରେ କାହାକୁ ବେଶି ଭଲପାଆନ୍ତି ତାହା ପତ୍ନୀଙ୍କ ସମ୍ମୁଖରେ ଆଦୌ ପ୍ରକାଶ କରନ୍ତୁ ନାହିଁ । ସେ ଆପଣଙ୍କ ବାପାମାଆ ହୁଅନ୍ତୁ ପଛେ । ଈର୍ଷା ନାରୀର ଏକ ଗୁଣ । ତେଣୁ ତାଙ୍କ ସ୍ୱାମୀ ତାଙ୍କଠାରୁ ବେଶି ଆଉ କାହାକୁ ଭଲପାଆନ୍ତି ସେ କଥା ସେ ଆଦୌ ଗ୍ରହଣ କରିପାରିବେ ନାହିଁ । ନିଜର ଦୁର୍ବଳତା କଥା କହିବା ସ୍ପୃହଣୀୟ ନୁହେଁ: ନାନା କଥା କହି ପତ୍ନୀଙ୍କ ସହ ମଜା କରନ୍ତୁ, ମାତ୍ର ନିଜର ଦୁର୍ବଳତା ଆଦୌ ପ୍ରକାଶ କରନ୍ତୁ ନାହିଁ । ସମ୍ପର୍କରେ ସବୁବେଳେ ମିଠାପଣ ରହେ ନାହିଁ । ସାମାନ୍ୟ ଝଗଡା ହେଲେ ସେ ଆପଣଙ୍କ ଦୁର୍ବଳତା ନେଇ ଆପଣଙ୍କୁ ସମାଲୋଚନା କରିପାରନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ