ବୁଦ୍ଧ ମନ୍ଦିରରେ ଶ୍ରୀଲଙ୍କାର ହାଇକମିଶନ ଶ୍ରୀ ଫର୍ଣ୍ଣାଡ଼ୋ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଶ୍ରୀଲଙ୍କାର ଭାରତ ପାଇଁ ଥିବା ମାନ୍ୟବର ହାଇ କମିଶନ ଶ୍ରୀ ଅଷ୍ଟିନ ଫର୍ଣ୍ଣାଣ୍ଡୋ ମଙ୍ଗଳବାର ପୂର୍ବାହ୍ନରେ ଭୁବନେଶ୍ୱର ବୁଦ୍ଧ ମନ୍ଦିରକୁ ସସ୍ତ୍ରୀକ ଆସି ଭଗବାନ ବୁଦ୍ଧଙ୍କ ପ୍ରତି ତାଙ୍କର ଭକ୍ତିପୂତ ଶ୍ରଦ୍ଧା ପ୍ରକଟ କରିଥିଲେ । ମହାବୋଧି ସୋସାଇଟି ଅଫ ଇଣ୍ଡିଆ, ଓଡ଼ିଶା ଶାଖାର ସଭାପତି, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି ମାନ୍ୟବର ହାଇକମିଶନଙ୍କୁ ସ୍ୱାଗତ କରିବା ପରେ ଟ୍ରଷ୍ଟି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଓ କେନ୍ଦ୍ରୀୟ ସଦସ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ମନ୍ଦିର ଓ ବୋଧଦ୍ରୁମ ପ୍ରଦର୍ଶନ କରାଇଥିଲେ । ଶ୍ରୀ ଫର୍ଣ୍ଣାଣ୍ଡୋଙ୍କୁ ଭୁବନେଶ୍ୱର ବୁଦ୍ଧ ମନ୍ଦିରର ଗୌରବମୟ ଇତିହାସ ଓ ମହାବୋଧି ସମିତି ଦ୍ୱାରା ପରିଚାଳିତ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦିଆଯାଇଥିଲା । କଳିଙ୍ଗ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଭାବଗତ ସମ୍ପର୍କ ଉପରେ ଲିଖିତ ପୁସ୍ତକ ଡଃ ମହାନ୍ତି ହାଇକମିଶନଙ୍କୁ ପ୍ରଦାନ କରିଥିଲେ । ଓଡ଼ିଶାର ବୌଦ୍ଧ କିର୍ତ୍ତୀ ଓ ଓଡ଼ିଆ ଲୋକଙ୍କର ଅତିଥି ପରାୟଣତାରେ ସେ ଅତ୍ୟଧିକ ଖୁସି ବୋଲି କହିବା ସହ ଆଗାମୀ ଦିନରେ ଆର୍ଥିକ ଦୃଷ୍ଟିକୋଣରୁ ଦୁର୍ବଳ ବୌଦ୍ଧଧର୍ମାବଲମ୍ବୀ ପର୍ଯ୍ୟଟକଙ୍କୁ ସହଯୋଗ ରାଶି ପ୍ରଦାନ କରି ଓଡ଼ିଶାକୁ ବୌଦ୍ଧ କୀର୍ତ୍ତିକୁ ପ୍ରଦର୍ଶନ କରାଇବା ଉପରେ ସେ ଗୁରୁତ୍ୱର ସହ ଚିନ୍ତା କରିବେ ବୋଲି କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ବୁଦ୍ଧଧର୍ମର ଅନ୍ୟତମ ଗବେଷକ ଅନୀଲ ଧିର ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ