ଜେଇଇ ଏବଂ ନିଟ୍ ପରୀକ୍ଷା ଘୁଞ୍ଚାଇବା ପାଇଁ ମୟୂରଭଂଜ ଜିଲ୍ଲା କଂଗ୍ରେସ ତରଫରୁ ଧାରଣା

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଅଖିଳ ଭାରତୀୟ କଂଗ୍ରେସ ଓ ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଛାତ୍ରଛାତ୍ରୀ ମାନଙ୍କର ଜେଇଇ ଓ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ଦାବି କରି ବାରିପଦାସ୍ଥ ଵିଏସଏନଏଲ ଅଫିସ ସମ୍ମୁଖରେ ଜିଲ୍ଲା କଂଗ୍ରେସ ତରଫରୁ ଧାରଣା ପ୍ରଦର୍ଶନ କରାଯାଇଥିଲା ।କରୋନା ମହାମାରୀ ସଂକ୍ରମଣରେ ଭାରତ ଏକ ଭୟଙ୍କର ବିପଦ ଆଡକୁ ଠେଲି ହୋଇଯାଇଛି ।ଗୋଟାଏ ଆଡେ ଧନ,ଜୀବନ ନଷ୍ଟ ହୋଇଥିବାବେଳେ ଆର୍ଥିକ ସ୍ଥିତି ଭୁଷୁଡି ପଡିଛି ।ସରକାର ଲକ୍ ଡାଉନ୍,ସଟ୍ ଡାଉନ,ରେଳ ଚଳାଚଳ,ବସ ଚଳାଚଳ,ହୋଟେଲ,ମହଲ ,ହାଟ ବଜାରର ସ୍ବାଭାବିକ ପରିସ୍ଥିତି ହୋଇ ନାହିଁ ।ଅପର ପକ୍ଷରେ ଓଡିଶାର ଭୟାନକ ବନ୍ୟା ଓ ଜଳମଗ୍ନ ଓଡିଶା ।ଦିର୍ଘ ୮ମାସ ହେଲା ଛାତ୍ରଛାତ୍ରୀମାନେ ବହି ଡୋରି ବନ୍ଦ କରି ବସିଛନ୍ତି ।କୋଚିଂରୁ ବଂଚିତ ନିଜକୁ ଠିକ୍ ଭାବରେ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରି ପାରି ନାହାନ୍ତି ।ତେଣୁ ସରକାର ଏଭଳି ପରିସ୍ଥିତିକୁ ଉପଲବ୍ଧ କରି ୨/୩ମାସ ପରୀକ୍ଷା ଘୁଞ୍ଚାଇବା ପାଇଁ ଜିଲ୍ଲା କମିଟି ତରଫରୁ ଦାବି କରାଯାଇଛି ।ଏହି ଧାରଣାରେ କଂଗ୍ରେସ ଦଳ ତରଫରୁ ଜିଲ୍ଲା ସଭାପତି ହେମନ୍ତ ଦାସ,ମହିଳା ସଭାନେତ୍ରୀ ସସ୍ମିତା ଘୋଷାଲ,କିଷାନ ସେଲର ଅଧ୍ଯକ୍ଷ ଦଶରଥ ସିଂ,ପ୍ରଦୀପ ମିଶ୍ର,କୋଭିଡ-୧୯ ଜିଲ୍ଲା ସଂଯୋଜକ ଶାନ୍ତନୁ ପାଲ,ରାଜ୍ଯ ସଂପାଦକ ଯୋଗେଶ ଅଗ୍ରଓ୍ବାଲ,ଅରବିନ୍ଦ ଦାସ,ଦୀପକ ଦାସ,,ରଶ୍ମିତା ମିଶ୍ର,ଶୁଭସ୍ମିତା ବେହେରା,ଈତିଶ୍ରୀ ମିଶ୍ର,ଇନ୍ଦୁ ମହାନ୍ତି,ଚାଣ୍ଡେ ମହାନ୍ତ,ନିର୍ମଳ ପ୍ରଧାନ ଏବଂ ବହୁ ଦଳୀୟ କର୍ମି ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ