ବିଜେପି ସାଂସଦଙ୍କ ପୁଅ ଗିରଫ

ଭୋପାଳ (ଏଜେନ୍ସି): ମଧ୍ୟପ୍ରଦେଶ ବିଜେପି ସାଂସଦ ସମ୍ପତ୍ତିଆ ଉଇକେଙ୍କ ପୁଅ ସତ୍ୟେନ୍ଦ୍ରଙ୍କୁ ପୁଲିସ୍ ସ୍ମାକ-ଡ୍ରଗ୍ସ ସହିତ ଗିରଫ କରିଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସାଂସଦଙ୍କ ପୁଅ ନିଜର ଦୁଇ ଜଣ ସାଙ୍ଗଙ୍କ ସହିତ କାର୍ରେ ଯାଉଥିଲେ । ପୁଲିସ ଯେତେବେଳେ କାର୍କୁ ଚେକିଂ କରିବାକୁ ରୋକିଥିଲା, ସେତେବେଳେ କାର୍ ନରଖି ଜୋର୍ରେ କାର୍ ଚଳାଇ ଚାଲି ଯାଇଥିଲେ । ଏହାପରେ ଅଭିଯୁକ୍ତଙ୍କୁ ପୁଲିସ୍ ପିଛା କରି ସତେନ୍ଦ୍ରଙ୍କୁ ଗିରଫ କରିଥିଲା । ମଧ୍ୟପ୍ରଦେଶର ମଣ୍ଡଳାଠାରେ ସତେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା । ପୁଲିସ ଉକ୍ତ କାରକୁ ଜବତ କରିବା ସହ ସେଥିରୁ ସ୍ମାକ୍ ଜବତ କରିଥିଲା । ଏହି ମାମଲାରେ ପୁଲିସ ସତେନ୍ଦ୍ର ଓ ତାଙ୍କର ଦୁଇ ସାଙ୍ଗକୁ ମଧ୍ୟ ଗିରଫ କରିଛି । ଏହି ତିନିଜଣଙ୍କୁ ଏନ୍ଡିପିସିଡି ଆଇନ୍ ଅନୁଯାୟୀ ଗିରଫ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ