କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜାପାନର ରାଷ୍ଟ୍ରଦୂତ ଏଚ୍.ଇ କେନଜି ହୀରାମତସୁଙ୍କ ମଧ୍ୟରେ ଆଲୋଚନା
ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଜାପାନରରାଷ୍ଟ୍ରଦୂତ ଏଚ.ଇ କେନଜି ହୀରାମାତସୁଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ଏହି ଅବସରରେ ଉଭୟେ ଇସ୍ପାତ ଉତ୍ପାଦନ, ପାରମ୍ପରିକ ଏବଂ ଅଣ-ପାରମ୍ପରିକ ଓ ନବୀକରଣ ଉର୍ଜା ସମ୍ବଳ କ୍ଷେତ୍ରରେ ଭାରତ ଓ ଜାପାନର ସମ୍ପର୍କକୁ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ