କେନ୍ଦ୍ରାପଡା ସହରରେ ଡେଟଲ ଲିକୁଇଡର କଳାବଜାରୀ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କରୋନା ମହାମାରୀ ସଂକ୍ରମଣ ସମୟରେ ସାଧାରଣ ଭାବେ ଲୋକମାନଙ୍କର ଆବଶ୍ୟକ ପଡୁଥିବା ଡେଟଲ ଲିକୁଇଡର କେନ୍ଦ୍ରାପଡା ସହରରେ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । ଗୋଟିଏ ୫ଶହ ମିଲି ଲିଟର ଡେଟଲ ଲିକୁଇଡ ବୋତଲର ବଜାର ମୂଲ୍ୟ ୧୬୦ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଏବେ ସେହି ଡେଟଲ ବୋତଲକୁ ୨୧୦ ଟଙ୍କାରେ କଳାବଜାରୀ କରି ବିକ୍ରୀ କରାଯାଉଥିବା ଅଭିଯୋଗ ହେଉଛି । ସେହି ଡେଟଲ ବୋତଲ ଉପରେ କମ୍ପାନୀ ଲେଖିଥିବା ମୁଲ୍ୟ ଉପରେ ୨୧୦ଟଙ୍କାର ଅନ୍ୟ ଏକ ଜାଲ ଷ୍ଟିକର ମରାଯାଇଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ମାର୍କେଟରେ ଏଭଳି କରାଯାଇଥିବା ଅଭିଯୋଗ ହେଉଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଘଟଣାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି ।