ଗେଣ୍ଡାରୁ ପ୍ରସ୍ତୁତ ହେବ କ୍ୟାନ୍ସର ଔଷଧ
ଅଷ୍ଟ୍ରେଲିଆର ସମୁଦ୍ରରେ ଦେଖାଯାଉଥିବା ଏକ ପ୍ରକାର ଗେଣ୍ଡା ହ୍ୱାଇଟ ସି’ ସ୍ନେଲ୍ର କ୍ୟାନ୍ସର ପ୍ରତିରୋଧକ ଗୁଣ ରହିଛି ବୋଲି ଗବେଷକମାନେ କହିଛନ୍ତି । ଏହାର ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଇନ୍ଫ୍ଲାମାଟୋରି ଗୁଣ ମଧ୍ୟ ରହିଛି । ଏହି ଗେଣ୍ଡାର ମ୍ୟୁକସ ବା ଶ୍ଳେଷ୍ମାରୁ ଏକ ପ୍ରକାର ଉପାଦାନ ମିଳିଛି ଯାହା ବାୱେଲ (ବୃହଦନ୍ତ୍ର) କ୍ୟାନ୍ସରକୁ ସହଜରେ ପ୍ରତିରୋଧ କରିପାରିବ ବୋଲି କହିଛନ୍ତି ଫ୍ଲିଣ୍ଡର ୟୁନିଭର୍ସିଟି, ଅଷ୍ଟ୍ରେଲିଆର ପ୍ରଫେସର ତଥା ମୁଖ୍ୟ ଗବେଷକ । ଏହା ମଧ୍ୟ ବିଭିନ୍ନ ଫାର୍ମା କମ୍ପାନୀକୁ କୋଲୋରେକ୍ଟାଲ କ୍ୟାନ୍ସର ଟ୍ୟୁମର ଆଶଙ୍କା କମ୍ କରିବା ପାଇଁ ଔଷଧ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ । ଏହି ତଥ୍ୟ ସାଇଣ୍ଟିଫିକ ରିପୋର୍ଟରେ ପ୍ରକାଶ ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ କୋଲୋରେକ୍ଟାଲ କ୍ୟାନସରେ ପ୍ରତିବର୍ଷ ପୃଥିବୀରେ ୯.୬ ମିଲିଅନ ଲୋକ ମୃତ୍ୟୁବରଣ କରୁଛନ୍ତି । ଏଣୁ ଏହି ଗବେଷଣା ଆଗକୁ ଏଭଳି ଘାତକ କ୍ୟାନ୍ସରକୁ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ବୋଲି ଗବେଷକମାନେ ମତ ଦେଇଛନ୍ତି ।


