ଗୋରୁ ମହିଷାଣୀରେ ମଟର ଚାଳକ ସଂଘ ଗଠିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଓଡିଶା ମଟର ଚାଳକ ସଂଘ ପକ୍ଷରୁ ମଙ୍ଗଳବାର ଦିନ ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଠାରେ ଏକ ଶାଖା ଖୋଲାଯାଇଛି । ଏଥିରେ ବହୁ ସଂଖ୍ୟାରେ ମୋଟର ଚାଳକ ଉପସ୍ଥିତ ଥିଲେ ।ସମସ୍ତଙ୍କୁ ନେଇ ସହମତି ଭିତିରେ କର୍ମକର୍ତ୍ତା ଚୟନ କରାଯାଇଥିଲା । ସର୍ବସମ୍ମତିକ୍ରମେ ସଭାପତି-ଲକ୍ଷ୍ମଣ ଟୁଡୁ,,ସଂପାଦକ ତୁଷାର କାନ୍ତ ମହାନ୍ତ, ଉପସଭାପତି-ଉତ୍ତମ ନାୟକ, ସହ ସଂପାଦକ -ବାଲିଆ ସୋରେନ, କୋଷାଧ୍ୟକ୍ଷ-ଉତ୍ତମ ମହାନ୍ତ, ସହ କୋଷାଧ୍ୟକ୍ଷ- ସରୋଜ ମହାନ୍ତ ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତା ମାନଙ୍କୁ ମଟର ଚାଳକ ସଭ୍ୟମାନେ ପୁଷ୍ପଗୁଛ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲେ ।


