ଜାମଦାରେ ଗୁରୁ କୋଲ ଲାକବଦ୍ରା ଜୟନ୍ତୀ ପାଳିତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଆଦିବାସୀ ହୋ ସମାଜର ଭାଷା ଲିପି ଓ୍ବାରାଂଚିତି’ ସ୍ରଷ୍ଟା ଅତ୍ ଗୁରୁ କୋଲ ଲାକବଦ୍ରା ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିଲେ ।ସେହି ତିଥି ଅନୁସାରେ ହୋ ସମାଜ ତରଫରୁ ବିଭିନ୍ନ ସ୍ଥାନରେ ତାଙ୍କର ଆଜିର ଦିନରେ ୧୦୧ ତମ ଜୟନ୍ତୀ ପାଳନ କରାଯାଇଛି । ଆଜି ମୟୁରଭଞ୍ଜ ଜିଲ୍ଲାର ଜାମଦା ବ୍ଲକର କଇଁପୁର ଗ୍ରାମରେ ଆଜି ସେହି ମହାନ ସାରସ୍ଵତ ସାଧକ ଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଜୟନ୍ତୀ ପାଳନ କରାଯାଇଥିଲା ।ସକାଳୁ ସଂପ୍ରଦାୟର ଲୋକେ ଶୌଚ ସାରି ନବବସ୍ତ୍ର ପରିଧାନ କରିଥିଲେ ।ପରେ ସଂପ୍ରଦାୟର ଲୋକେ ଗୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପୂଜାର୍ଚ୍ଚନା କରିଥିଲେ । ଭାଷା ବଞ୍ଚିଗଲେ ଜାତିର ସଂସ୍କୃତି ଓ ପରମ୍ପରାରେ ବଞ୍ଚିବା । ଭାଷା ଗୋଟାଏ ଜାତିକୁ କୋଣ ଅନୁକୋଣରେ ବସବାସ କରୁଥିବା ଲୋକମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ । ସ୍ୱାଧୀନତାର ର ଦିର୍ଘ ୭୪ ବର୍ଷ ପରେ ମଧ୍ୟ ସମ୍ବିଧାନର ଅଷ୍ଟମ ସୂଚୀରେ ହୋ ଭାଷାକୁ ମାନ୍ୟତା ଦିଆଯାଉ ଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । କୋଭିଡ-୧୯ କଟକଣା ଯୋଗୁଁ ନିରାଡମ୍ବର ସହ ଅଳ୍ପସଂଖ୍ୟକ ଲୋକଙ୍କୁ ନେଇ ପାଳନ କରାଯାଇଥିଲା । ପରେ କୁନି କୁନି ପିଲାମାନଙ୍କୁ ମାଗଣାରେ ପୁସ୍ତକ ବଣ୍ଟନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ତ୍ରିନାଥ ସିଦ୍ଧୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜେନ୍ଦ୍ର ପିଙ୍ଗୁଆ,, ସମାଜସେବୀ ଦୁର୍ଗା କଳାଃ,ଡାକୁଆ ଲଛମନ ପୂର୍ତ୍ତି,ଦେହୁରୀ ଯୋଗଜ ଅମଂ,ବୁଧିରାମ ସିଂଙ୍କୁ,ନାହୁରୁ ହେମ୍ବ୍ରମ,ନନ୍ଦ ତାମୁଡିଆ,ଖୁଦୁରାମ ବିରୁଆ,ବୁଧୁ ସିଂଙ୍କୁ,ମଛକା ଅମଂ,ପାଲସିଂ ବିରୁଆ, ହରେକୃଷ୍ଣ ପାତ୍ର, ସାମ୍ବାଦିକ ମେଘନାଦ ହେମ୍ବ୍ରମ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


