ବିଦ୍ୟୁତ୍ ଖୁଣ୍ଟରୁ ଖସୁଛି ଷ୍ଟ୍ରିଟ୍ ଲାଇଟ୍ ଖସୁଛି

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍) :ଯୋଡା ପୌରପାଳିକା ପକ୍ଷରୁ ଆସନ୍ତା ୩୧ ତାରିଖ ଦିନ ସ୍ୱାୟତ ଶାସନ ଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ସହରରେ ଆଲୋକ ବ୍ୟବସ୍ଥାରେ ଅବ୍ୟବସ୍ଥା ଦେଖାଦେବା ଘଟଣା ସହରବାସୀଙ୍କୁ ଚକିତ କରିଛି । ଯୋଡା ସହରର ସିଂଘାନିଆ ଟାଓାର ନିକଟରେ ଲାଗିଥିବା ବିଦୁୂତ ଖୁନ୍ଟରୁ ଷ୍ଟ୍ରିିଟ୍ ଲାଇଟ ଖସି ପରିବା ପରେ ମଧ୍ୟ ପୌରପାଳିକାର କୌଣସି ନଜର ପଡିଲାନାହିଁ । ଯାହା ଫଳରେ କି ଷ୍ଟ୍ରିଟ ଲାଇଟ ଭାଙ୍ଗି ନଷ୍ଟ ହୋଇଯାଇଛି । ଏହି ଟାଓାର ନିକଟ ରାସ୍ତା କଡରେ ଥିବା ବହୁ ଷ୍ଟ୍ରିଟ୍ ଲାଇଟ ଗୁଡିକ ଦୀର୍ଘ ଦିନ ଧରି ଅଚଳ ହୋଇ ପଡିରହିଥିବାରୁ ଜଳୁନାହିଁ । ଯାହା ଫଳରେ ଉକ୍ତ ସ୍ଥାନଟି ଅନ୍ଧାର ହୋଇ ପଡରହିଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସହରରେ ଷ୍ଟ୍ରିଟ ଲାଇଟ୍ ଲଗାଯାଇଥିବା ବେଳେ ପୌରପାଳିକାର ନିଯୁକ୍ତ ଠିକାଦାର ର ମନମୁଖୀ କାର୍ଯ୍ୟ ଯୋଗୁ ଷ୍ଟ୍ରିଟ ଲାଇଟ ଗୁଡିକ ଖରାପ ହୋଇପଡିରହିଛି । ସ୍ୱାୟତ ଶାସନ ଦିବସକୁ ଅତ୍ୟନ୍ତ ଚାକଚକ୍ୟ ଢଙ୍ଗରେ ପାଳନ କରିବା ପାଇଁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଦିନରାତି ଲାଗିପଡିଥିବା ବେଳେ ସହରର ରାସ୍ତାଘାଟ ରେ ଆଲୋକ ବ୍ୟବସ୍ଥା ଠପ୍ ହୋଇପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ