ରାସ୍ତା ନିର୍ମାଣକୁ ନେଇ ଭାତକରୁଆରେ ସଂଘର୍ଷ ୮ଆହତ

ହାଟଡ଼ିହି, (ଓ୍ବାଇଏନ୍ଏସ୍):ହାଟଡ଼ିହି ବ୍ଲକ ଅକରୁଆ ପଂଚାୟତର ଭାତକରୁଆ ଗ୍ରାମରେ ଆର.ଡି ବିଭାଗ ଅଧୀନରେ ଏକ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଦୀର୍ଘଦିନ ହେଲା ଏହାକୁ ନେଇ ବିବାଦ ଦେଖା ଦେଇଛି। ଏହାର ସମାଧାନ ପାଇଁ ବାରମ୍ବାର ଉଦ୍ୟମ ହୋଇଥିଲେ ମଧ୍ୟ ଠିକାଦାର ନିଜ ଜିଦ୍ ରେ ଅଟଳ ରହୁଥିବାରୁ କିଛିପରିବାର ନାନା ଅସୁବିଧା ଭୋଗିବାର ଆଶଙ୍କା ଥିବାରୁ ରାସ୍ତା ନିର୍ମାଣର ଶୈଳୀକୁ ବିରୋଧ କରୁଛନ୍ତି। ଆଜି ରାସ୍ତା କାମ ଆରମ୍ଭ ହେବାରୁ ଜଳ ନିଷ୍କାସନ କୁଆଡେ ହେବ ତାହାକୁ ନେଇ ଚୈତନ ସେଠୀଙ୍କ ପରିବାର ଓ ନକୁଳ ସେଠୀଙ୍କ ପରିବାର ମଧ୍ୟରେ ହାତାହାତି ହେବା ସହ ସଂଘର୍ଷର ସୂତ୍ରପାତ ହୋଇଥିଲା। ଏଥିରେ ଉଭୟ ପକ୍ଷରୁ ୮ଜଣ ଆହତ ହୋଇଥିଲାବେଳେ ସେମାନଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରାଯାଇଛି। ଖବର ପାଇ ନନ୍ଦିପଦା ପୁଲିସ ଗାଁରେ ପହଂଚି ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ