ବୃକ୍ଷ ରୋପଣ କଲେ ଜିଲ୍ଲାପାଳ ଓ ଏସ.ପି

ଗଂଜାମ ,( ଯୁଗାବ୍ଦ ନ୍ୟୁଜ୍) :ସହର ସ୍ଥିତ ଅଭିମନ୍ୟୁ ପଟ୍ଟନାୟକ ମାର୍ଗ ତଥା ସନବଜାର ଠାରୁ କଲେଜ ଦେଇ ମଶାଣି ପର‌୍ୟ୍ୟନ୍ତ ଏକ କିଲୋମିଟର ରାସ୍ତାରେ ମେଗା ବୃକ୍ଷ ରୋପଣ ଉଦ୍ ଜାପାନୀ ଉତ୍ସବ ରେ ଗଂଜାମ ଜିଲ୍ଲା ପାଳ , ବିଜୟ ଅମୃତା କୂଲାଙ୍ଗେ, ଓ ଗଂଜାମ ଏସ.ପି ବ୍ରିଜେଶ କୁମାର ରାୟ, ଗଂଜାମ କଲେଜର ଅଧ୍ୟକ୍ଷ ରଙ୍ଗନାଥ କାନୁନଗୋ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ ।ଭରସା, ସକ୍ଷମ, ଗ୍ରାସୀମ, ଅପୂର୍ବା ୟୁଥଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଗଂଜାମ କଲେଜର ସହଯୋଗରେ ଏହା ଅନୁଷ୍ଠିତ ହୋଇଥିଲା । ଭରସା ର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀ ଙ୍କ ସଂଯୋଜନା ରେ ଏହି ବୃକ୍ଷ ରୋପଣ ରେ ଅନ୍ୟ ମାନଙ୍କ ମଧ୍ୟରେ ଗଂଜାମ ପୋୖରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ସଭାପତି ଲିଙ୍ଗରାଜ ପଟ୍ଟନାୟକ, ସମ୍ପାଦକ ଗୌରୀଶଙ୍କର ପାଢ଼ୀ, ଗ୍ରାସୀମର ସି.ଏସ.ଆର ଅଧିକାରୀ ସୁଶାନ୍ତ ଦାଶ, ସକ୍ଷମ ର ଉପଦେଷ୍ଟା ସନ୍ତୋଷ ରେଡି, ସଭାପତି ବସନ୍ତ ସାହୁ, ସଦସ୍ୟ କୁଞ୍ଜବିହାରୀ ପଣ୍ଡା, ପୁରୁଷୋତ୍ତମ ପଣ୍ଡା, ଯୁବସମାଜ ସେବୀ ମନୁମହାପାତ୍ର, ରାଜନୀରେଡି, ଦୁର୍ଗା ଦେବୀ ଆଇ.ଟି.ଆଇ ର ପରିଚାଳନା କମିଟିର ସଭାପତି ପ୍ରମୋଦ କୁମାର ପଣ୍ଡା, ଶିକ୍ଷାବିତ ଭିକାରି ବେହେରା, ରମେଶ ପଟ୍ଟନାୟକ, ଅଧ୍ୟାପକ ଆମର କୁମାରବିଶୋଇ, ଗିରିଷ କୁମାର ଆଚାର‌୍ୟ୍ୟ, ଦୁର୍ଗା ପ୍ରସାଦ ଦାସ, ଗଂଜାମ ପ୍ରେସ କ୍ଳବ ର ଉପସଭାପତି ବିନୋଦ ଚନ୍ଦ୍ର ପଲାଇ, ଅପୂର୍ବା ର ପ୍ରଭାତ ସାହୁ, ପରିବେଶବିତ ବିଶ୍ୱନାଥ ସାମ ନ୍ତରା, ବିଜୁଯୁବବାହିନୀ ର ମୂରଲୀ ରେଡି, ଗଣେଶ ମହାରଣା, ଉମାଶଙ୍କର ଦାଶ, ଓ ଗ୍ରାସୀମର କାଶୀନାଥ ନାହାକ, ପ୍ରମୁଖ ଉପସ୍ଥିତ ଥିଲେ ।\nଏହି ଅବସରରେ ସାନବଜାର ଛକ ଠାରୁ ଗଂଜାମ କଲେଜ ଦେଇ ମଶାଣି ପର‌୍ୟ୍ୟନ୍ତ ନିମ, ଜାମକୋଳି, ଗୁଆ, କରଞ୍ଜ ଗଛ ଲଗାଯାଇଥିଲା । ଗତ ଜୁଲାଇ ମାସ ୩୧ ତାରିଖରେ ଗଂଜାମ ସହରର ବୃକ୍ଷ ରୋପଣ କାର‌୍ୟ୍ୟକ୍ରମ ର ଶୁଭ ଆରମ୍ଭ, ସରସ୍ବତୀ ଶିଶୁମନ୍ଦିର ଠାରେ ଗଂଜାମ ଜିଲ୍ଲାପାଳ ଓ ଗଂଜାମ ବି.ଡି.ଓ ଗଛ ଲଗାଇ କରିଥିଲେ । ଏହା ମଧ୍ୟରେ କରଣ ସାହି ଠାରୁ ଷ୍ଟେସନ ପର‌୍ୟ୍ୟନ୍ତ, ଜୟଶ୍ରୀ ସ୍କୁଲ ନିକଟ ନାକୀ ବନ୍ଧ ଠାରୁ ଋଷୁକୁଲ୍ୟା ବ୍ରିଜ ପର‌୍ୟ୍ୟନ୍ତ ନୂଆ ରାସ୍ତା , ବିଭିନ୍ନ ବିଦ୍ୟାଳୟ, ମନ୍ଦିର ରେ ବୃକ୍ଷ ରୋପଣ କରା ଯାଇଥିଲା । ଏହି ସବୁ କାର‌୍ୟ୍ୟକ୍ରମ ରେ ଗଂଜାମ ମହାବିଦ୍ୟାଳୟ ର ଏନ.ସି. ସି ଟିମ, ମହିଳା ସଙ୍ଘ, ବରିଷ୍ଠ ନାଗରିକ ସଂଘ, ଵ୍ୟଵସାହି ସଙ୍ଘ, ବିଭିନ୍ନ ବିଦ୍ୟାଳୟ ର ବିଦ୍ୟାର୍ଥୀ , ମାନେ ଯୋଗ ଦେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ