ପୋଖରୀରେ ବୁଡି ବୃଦ୍ଧ ମୃତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମରେ ମଙ୍ଗଳବାର ସକାଳେ ପୋଖରୀ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଉଦୟ ପ୍ରଧାନ (୬୦) । ପ୍ରତିଦିନ ପରି ବୃଦ୍ଧ ଜଣକ ସ୍ନାନ କରିବା ପାଇଁ ଗ୍ରାମ ପୋଖରୀକୁ ଯାଇ ଅସାବଧାନତ ବଶତଃ ପୋଖରୀ ପାଣିରେ ବୁଡି ଯାଇଥିଲେ । ସକାଳୁ ଗ୍ରାମର କିଛି ଲୋକ ପୋଖରୀରେ ସ୍ନାନ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଗୋଡ଼ରେ ବୃଦ୍ଧଙ୍କ ମୃତଦେହ ଲାଗିବାରୁ ଗ୍ରାମବାସୀଙ୍କ ସହାୟତାରେ ପୋଖରୀ ପାଣିରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୨୪/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଛି ।