ଝରକା ଗ୍ରୀଲ ତାଡି ବଞ୍ଚୋ ବ୍ୟାଙ୍କରୁ ଲୁଟ ଉଦ୍ୟମ

ହାଟଡ଼ିହି,(ଓ୍ବାଇଏନ୍ଏସ୍): ଆନନ୍ଦପୁର- ଭଦ୍ରକ ରାଜ୍ୟ ରାଜପଥ କଡରେ ଥିବା ବଞ୍ଚୋ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଗତକାଲି ରାତିରେ ଲୁଟ ଉଦ୍ୟମ ହୋଇଛି। ଆଜି ଦିନ ୧୦ଟା ବେଳେ କାର୍ଯ୍ୟାଳୟ ଖୋଲିବା ପରେ ଏହା ଜଣାପଡିଥିଲା। କେହି ଦୁର୍ବୁତ୍ତ ବ୍ୟାଙ୍କର ପଛପଟ ଝରକା ଗ୍ରୀଲକୁ ଭାଙ୍ଗି ବ୍ୟାଙ୍କ ଭିତରେ ପଶି ଏକ ଅଲମୀରା କୁ ତାଡିଛନ୍ତି। ସେଥିରେ କେବଳ ଲୋନ ସମ୍ବନ୍ଧୀୟ ରେକର୍ଡପତ୍ର ଥିଲା। ଏନେଇ ଶାଖା ପରିଚାଳକ ଆନନ୍ଦପୁର ଥାନାରେ ଜଣାଇବା ପରେ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କର ଟଙ୍କା ସୁନା ଥିବା ଷ୍ଟ୍ରଙ୍ଗ ରୁମ ସୁରକ୍ଷିତ ଥିବା ଶାଖା ପରିଚାଳକ ସୂଚନା ଦେଇଛନ୍ତି। ଏଠାରେ ଗତ କିଛି ବର୍ଷ ଧରି ବାରମ୍ବାର ବ୍ୟାଙ୍କ ଲୁଟ ଉଦ୍ୟମ ହେଉଥିବା ଦେଖିବାକୁ ମିଳୁଛି। ବ୍ୟାଙ୍କ କର୍ତ୍ତୃପକ୍ଷ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ