ବାରାହା ଶୀକାର ଲାଗି ବିଛାଯାଇଥିବା ବିଦ୍ୟୁତ୍ ତାର ଲାଗି ୨ଭାଇ ମୃତ୍ୟୁ ଘଟଣା, ଜଣେ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଗତ ୫ ତାରିଖରେ ହିଞ୍ଜିଳି ଥାନା ସିଙ୍ଗିପୁର ଗ୍ରାମରେ ବାରାହା ଶୀକାର କରିବା ଲାଗି ଚାଷ ଜମିରେ ବିଦ୍ୟୁତ ତାର ବିଛା ଯାଇଥିଲା । ବିଦ୍ୟୁତ୍ ତାର ଲାଗି ସଂପୃକ୍ତ ଗ୍ରାମର ୨ଭାଇ ରମେଶ ଓ ମଙ୍ଗୁଳୁଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ଚାଷ ଜମି ନିକଟ ପୃଥକ ଲଟାବୁଦା ମୂଳରୁ ୨ଭାଇଙ୍କ ମୃତଦେହକୁ ଜବତ କରିଥିଲା । ଘଟଣା ନେଇ ରମେଶଙ୍କ ପୁଅ କାଳୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଏ ନେଇ ହିଞ୍ଜିଳି ଥାନାରେ ନଂ-୩୧୦/୨୦ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ବାରାହା ଶୀକାର କରିବା ଲାଗି ଚାଷ ଜମି ମଧ୍ୟରେ ବିଦ୍ୟୁତ ତାର ବିଛାଇଥିବା ଅଭିଯୋଗରେ ପୁଲିସ ସଂପୃକ୍ତ ଗ୍ରାମର ପଂଚାନନ ମହାନ୍ତିଙ୍କୁ ମଙ୍ଗଳବାର ଗିରଫ କରାଯିବା ସହ ବିଛାଯାଇଥିବା ବିଦ୍ୟୁତ ତାରକୁ ଜବତ କରାଯିବା ସହ କୋର୍ଟ ଚାଲାଣ କରିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୁତ୍ରରୁ ପ୍ରକାଶ । ଅନ୍ୟପକ୍ଷରେ ବାରାହା ଶୀକାର ଲାଗି ବିଭିନ୍ନ ଗ୍ରାମାଂଚଳ ଗୁଡ଼ିକରେ ବିଦ୍ୟୁତ ହୁକ୍ କରାଯାଉଥିବା ଜଣାପଡ଼ିଛି । ବହୁ ସମୟରେ ବିଦ୍ୟୁତ ସଂପ୍ସଶରେ ଆସି ଗାଇ, ଗୋରୁ ସମେତ ବିଭିନ୍ନ ଗୃହପାଳିତ ପଶୁ ମାନଙ୍କ ମଧ୍ୟ ଅକାରଣରେ ଜୀବନ ଚାଲି ଯାଉଥିବା ନଜିର ରହିଛି । ସ୍ଥାନୀୟ ବିଦ୍ୟୁତ୍ ବିଭାଗ ପକ୍ଷରୁ ବାରାହା ଶୀକାର ଲାଗି ବିଦ୍ୟୁତ୍ ଚୋରୀ କରାଯାଉଥିବା ନେଇ ହିଞ୍ଜିିଳିକାଟୁ ବିଦ୍ୟୁତ ବିଭାଗ ପକ୍ଷରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି ।