କମ୍ୟୁନିଷ୍ଟ ପାର୍ଟି ସରକାର ଉପରେ ବର୍ଷିଲେ

ବ୍ରହ୍ମପୁର ( ଯୁଗାବ୍ଦ ନ୍ୟୁଜ) : ଦେଶ ଓ ରାଜ୍ୟର ଆର୍ଥିକ ସାମାଜିକ ଓ ରାଜନୈତିକ ସ୍ଥ୍ିତି ଭୁଷୁଡି ପଡିଛି । ଜନସାଧାରଣଙ୍କୁ ସୁନେଲି ସ୍ୱପ୍ନ ଦେଖାଇ ରାଜନୈତିକ ଦଳ ମାନେ କ୍ଷମତାକୁ ଆସିବାକୁ ପ୍ରୟାସ କରିଛନ୍ତି । ଜନସାଧାରଣଙ୍କ ମୈାଳିକ ଅଧିକାର ଖାଦ୍ୟ ,ବସ୍ତ୍ର,ବାସଗୃହ ଶିକ୍ଷା ସ୍ୱାସ୍ଥ ଦେବା ପାଇଁ ମୁହାଁ ବୁଲାଉଛନ୍ତିି ସରକାର । କେନ୍ଦ୍ରରେ ଶାସନ କରୁଥିବା ବିଜେପି ସରକାର ଓ ରାଜ୍ୟରେ ଶାସନ କରୁଥିବା ସରକାର ଲୋକମାନଙ୍କୁ ତଳିତଳାନ୍ତ କରିଦେଲେଣି ବୋଲି କହିଛନ୍ତି ।ବିଜେଡି ,ବିଜେପି,କଂଗ୍ରେସ ଦଳ ନିଜ ସ୍ୱାର୍ଥ ପାଇଁ ଏ ଦଳରୁ ଅନ୍ୟ ଦଳ ବଦଳି ହେବାରେ ଲାଗିଛନ୍ତି । ଦେଶରେ ସରକାର ଫାଶିବାଦ ନୀତି ଚଳାଇଛନ୍ତି ।ଶ୍ରମିକ ମାନଙ୍କୁ ବି ଭଲ ଭାବରେ କାମ ମିଳୁନାହିଁ । ଶ୍ରମିକ ମାନଙ୍କର ଦୁଖ ବି କେହି ବୁଝି ପାରନ୍ତି ନାହିଁ । ଦକ୍ଷିଣ ଓଡିଶାର ତିନୋଟି ଲୋକସଭା ତିନୋଟି ବିଧାନସଭା ଏବଂ ଭୂବନେଶ୍ୱର ଓ ପୁରୀ ଲୋକସଭାରେ ପ୍ରାର୍ଥୀ ଦେଇ ନିର୍ବାଚନରେ ଅଂଶ ଗ୍ରହଣ କରୁଅଛି । ବିଜେପି ଓ ବିଜେଡି ଓ କଂଗ୍ରେସକୁ ବିରୋଧ କରି ପରାସ୍ତ କରି ରେଡ୍ଷ୍ଟାର ପାର୍ଥୀଙ୍କୁ ଭୋଟ ଦେବା ପାଇଁ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପାର୍ଟିର ରାଜ୍ୟ ସଂପାଦକ ଶିବରାମ , ରାଜ୍ୟ କମିଟି ସଦସ୍ୟ ପ୍ରମୋଦ ରଥ ,ଜିଲ୍ଳା କମିଟି ସଦସ୍ୟ ରାମଚନ୍ଦ୍ର ବାଡତ୍ୟା ,ପି ପାର୍ବତୀ ଉପସ୍ଥିତ ଥିଲେ । ଲୋକ ସଭା ପାର୍ଥୀ ଆସିକାରୁ ଶଙ୍କର ସାହୁ , କନ୍ଧମାଳ ରୁ ଟୁନା ମଳିକ ,କୋରାପୁଟରୁ ରାଜେନ୍ଦ୍ର କେଣ୍ଡୁକା , ଭୂବନେଶ୍ୱରରୁ ପ୍ରମିଳା ବେହେରା , ପୁରୀ ରଂଞ୍ଜନ ମିଶ୍ର , ସେହିପରି ବିଧାନସଭା ପାର୍ଥୀ ଭାବେ ଭଞ୍ଜନଗରରୁ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଲକ୍ଷ୍ମୀପୁରରୁ ପୁର୍ଣ୍ଣ ମାଣ୍ଡିଙ୍ଗି , ଭୂବନେଶ୍ୱରରୁ ରାଜେନ୍ଦ୍ର ପ୍ରସାଦ ବାରିକ , ବ୍ରହ୍ମପୁର ର ୁ ବିଧାନସଭା ପାର୍ଥୀ ଭାବେ ଅବନୀ ଗୟା ଲଢିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ