ଅନୁଗୋଳ ଜିଲ୍ଲା ଟେଲିଫୋନ୍ ଏକ୍ସ୍ଚେଞ୍ଜ୍ରେ ଅଗ୍ନିକାଣ୍ଡ

ଅନୁଗୋଳ,- ଅନୁଗୋଳ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ବିଏସ୍ଏନ୍ଏଲ୍ ଟେଲିଫୋନ୍ ଏକ୍ସ୍ଚେଞ୍ଜ୍ରେ ଅଗ୍ନିକାଣ୍ଡ ଘଟିଛି । ଗତ ରାତି ପ୍ରାୟ ଦୁଇଟା ତିରିଶ ବେଳେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ମୁଲ୍ୟବାନ୍ ଯନ୍ତ୍ରାଶ ପୋଡ଼ି ନଷ୍ଟ ହୋଇଯାଇଛି । ପ୍ରାଥମିକ ତଦନ୍ତରୁ ସ୍ୱିଚ୍ ବୋର୍ଡ଼ରୁ ଉକ୍ତ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ରାତିରେ ଥିବା ସୁରକ୍ଷା କର୍ମି ନିଆଁ ଲାଗୁଥିବା ଦେଖି ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ । ଅଧିକାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଂଚିଥିଲେ ଓ ବିଦ୍ୟୁତ୍ ସଂଯୋଗ କାଟିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ ତୁରନ୍ତ ଏକ୍ସ୍ଚେଞ୍ଜ୍ରେ ପହଂଚି ନିଆଁ ଲିଭାଇଥିଲେ । ଏଥିରେ ବିଏସ୍ଏନ୍ଏଲ୍ ସେବାରେ ବ୍ୟାଘାତ ଘଟିଛି । ତୁୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଖୁବ୍ ଶିଘ୍ର ଏହାକୁ ମରାମତି କରାଯିବାକୁ ଚେଷ୍ଟା କରାଯାଉଛି ବୋଲି ବରିଷ୍ଠ ଅଧିକାରୀ ପି.କେ. ଦେବତା ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ