ଆଜି ଗୁରୁବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …
ମେଷ-ଶୁଭ ରଙ୍ଗ ହଳଦିଆ, ଖଇରିଆ ଓ ଗୋଲାପି ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ସରକାରଙ୍କର ପ୍ରୋତ୍ସାହନ ସହିତ ଧାମିକ ଚେତନା ପ୍ରାପ୍ତ ହେବ ॥ କଦମ୍ବ ବୃକ୍ଷ ମୂଳରେ ତମ୍ବା ପାତ୍ରରେ ଜଳ ଢାଳନ୍ତୁ ॥ ଲାଲରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
ବୃଷ-ଶୁଭ ରଙ୍ଗ ଧଳା ॥ମାନସିକ ଓ ଆର୍ଥିକ ସ୍ଥିତି ଭଲ ରହିବ ନାହିଁ ଓ ପ୍ରତ୍ୟେକ ସମୟରେ ସତର୍କ ରୁହନ୍ତୁ ନଚେତ କୌଣସି ଦୁର୍ଘଟଣା ହୋଇପାରେ ॥ ଗାଡିଚଲାଇବ ବେଳେ ସତର୍କତା ଅବଲମ୍ବନ କରିବେ॥ ମହାମୃତ୍ୟୁଞ୍ଜୟ ଜପ କରି ଦିନଟି ଆରମ୍ଭ କରିବେ ॥
ମିଥିନ-ଶୁଭ ରଙ୍ଗ ହଳଦିଆ ଓ ନିଳ ଦିନର ପ୍ରତ୍ୟେକ ସମୟ ସାଥ ଦେବ ତେଣୁ ସମୟର ଫାଇଦା ଉଠାନ୍ତୁ ॥ ଯାନ୍ତ୍ରିକ ଦ୍ରବ୍ୟ ପ୍ରତି ସତର୍କ ରହିବେ ବିଷ୍ଣୁ ଭଗବାନଙ୍କୁ ତୁଳସି ଚଢାଇବେ
କର୍କଟ-ଶୁଭ ରଙ୍ଗ ଧଳା ଆତ୍ମବଳ ଦୃଢ ରହିବ, କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ ମାତ୍ର ଘାତବାର ହେତୁ ପ୍ରତି କାମରେ ବାଧା ଷୃଷ୍ଟି ହେବ ତେଣୁ ସତର୍କ ରହିବେ ॥
ମାତା ଦୁର୍ଗାଙ୍କର ଉପାସନା କରନ୍ତୁ ॥କର୍ମକ୍ଷେତ୍ରରେ ସହଜରେ କାହାକୁ ବିଶ୍ବାସ କରିବେ ନହିଁ ॥
ସିଂହ-ଶୁଭରଙ୍ଗ ହଳଦିଆ ଓ ମାଟିଆ ପ୍ରତି କାମରେ ଶୁଭଫଳ ମିଳିବ, ଅଟକିଥିବା କାମ ସହଜରେ ହେବ, ଆତ୍ମବଳ ଅଧିକ ରହିବ ॥ ଗୋଲାପି ବସ୍ତ୍ର ପରିଧାନ କରି ଦୁର୍ଗା ମାଙ୍କର ସ୍ତୁତି ପାଠ କରିବ ॥
କଳାରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
କନ୍ୟା-ଶୁଭରଙ୍ଗ ଧଳା ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବ,କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ ॥ ଭୋକିଲାକୁ ପେଟପୁରା ଖାଇବାକୁ ଦିଅନ୍ତୁ ॥ ଅଯଥା ଭ୍ରମଣ ପ୍ରତି ସତର୍କ ରୁହନ୍ତୁ
ତୁଳା-ଶୁଭରଙ୍ଗ ଧଳା ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ, ଦାମ୍ପତ୍ୟ ମତାନ୍ତର ସହିତ ମାନସିକ ଚିନ୍ତା ସହ ଧନହାନି ॥ ଲାଲରଙ୍ଗ ବ୍ୟବହାର କରିବେ ନାହିଁ ॥ ଶିବ ପଞ୍ଚାକ୍ଷରି “ଓଁ ନମଃ ଶିବାୟ” ଦିନଭରି ସ୍ମରଣ କରନ୍ତୁ ॥
ବିଛା -ଶୁଭ ରଙ୍ଗ ଧଳା ଓ ହଳଦିଆ ଆର୍ଥିକ ସହାୟତା ସହିତ ସମ୍ମାନ ପ୍ରାପ୍ତି, ସମସ୍ତ କ୍ଷେତ୍ରରେ ସଂପର୍କ ସୁଦୃଢ ରହିବ, ॥ ଲୁହା ଦ୍ରବ୍ୟ ବ୍ୟବହାର କରିବେ ନାହିଁ॥ ଦୁର୍ଗାଙ୍କର ସ୍ତୁତି ଜପ କରନ୍ତୁ ॥
ଧନୁ -ଶୁଭରଙ୍ଗ ଧଳା ଓ ଲାଲ କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥ ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ଓଁ ଗଂ ଗଣପତୟେ ନମଃ ୨୧ଥର ଜପ କରନ୍ତୁ ॥
ମକର -ଶୁଭ ରଙ୍ଗ ସବୁଜ କିମ୍ବା ଧୁସର ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ,ଶତୃଜୟର ଯୋଗ ରହିଛି ॥ ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥
ଓଁ ଶଂ ଶନିଶ୍ଚରାୟ ନମଃ ୨୧ଥର ଜପ କରନ୍ତୁ ॥
କୁମ୍ଭ -ଶୁଭ ରଙ୍ଗ ନିଳ ଓ କମଳା ଚନ୍ଦ୍ରଶୁଦ୍ଧି ନଥିଲେ ମଧ୍ୟ ଅନ୍ୟାନ୍ୟ ଗ୍ରହଙ୍କର ସ୍ତିତି ଅନୁଯାଇ ଶୁଭଦିନଟିଏ ରହିବ ॥ ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ ॥ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ -ଶୁଭ ରଙ୍ଗ ନିଳ ଓ ହଳଦିଆ ଶୁଭଦିନ ରହିଛି ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ସୁଦୃଢ ରହିବ ॥ ଯାନବାହାନ ପ୍ରତି ସତର୍କ ॥ ତାରିଣିଙ୍କର ବିଜମନ୍ତ୍ର ” ଓଁ ହ୍ରୀଂ ଶ୍ରୀଂ ହୁଂ ଫଟ୍ ତାରା ଦେବୈ ନମଃ ୯ଥର ଜପ କରନ୍ତୁ ॥