ବନ୍ଧୁ ଅପହରଣ ଓ ହତ୍ୟା ଉଦ୍ୟମ ମାମଲା: ଚାରି କୋର୍ଟ ଚାଲାଣ

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): କେ.ନୂଆଗାଁ ଥାନା ଧାନଘର ଛକ ରୁ  ମଙ୍ଗଳବାର ବନ୍ଧୁ ଙ୍କୁ ଅପହରଣ ଓ ହତ୍ୟା ଉଦ୍ୟମ ମାମଲା ରେ ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ.ସେମାନଙ୍କ ନିକଟ ରୁ ଗୋଟିଏ ଛୁରୀ,ଚାରି ମୋବାଇଲ ସହ ଦୁଇ ବାଇକ ମଧ୍ୟ ଜବତ ହୋଇଛି.ଦୁଇ ବନ୍ଧୁ ଙ୍କ ମଧ୍ୟରେ ମଦ୍ୟପାନ ପରେ ଝିମିଟି ଖେଳ ରୁ ମହାଭାରତ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଚିକିଟି ଗଡ଼ ର ନିଗମ ଗୌଡ଼,ଜୁଗୁଡ଼ି ର ଶଙ୍କର ଗୌଡ଼ ଓ ସଂଗ୍ରାମ ପାଣିଗ୍ରାହୀ ଏବଂ ଗୋବିନ୍ଦ ନଗର ଗ୍ରାମ ର ଅମର ନାଥ ସାହୁ.ପୋଲିସ ସୂତ୍ର ରୁ ପ୍ରକାଶ ଯେ ମଙ୍ଗଳବାର ସଂଧ୍ୟା ରେ ଚିକିଟି ଗଡ଼ ର ବିଜୟ କୁମାର ବିଷୋୟୀ ଅନୁଗୁଳ ଯିବା ପାଇଁ ଧାନଘର ଛକ ରେ ବସ କୁ ଅପେକ୍ଷା କରିଥିଲେ। ସେହି ସମୟରେ ଚାରି ଅଭିଯୁକ୍ତ ବିଜୟ କୁ ଧାନଘର ଛକ ରୁ ମୁଥ ଓ ଲାତ ମାରି ଲହୁଲୁହାଣ କରି ଖୁସାବାଡି ରାସ୍ତା ରେ ଅପହରଣ କରି ନେଇଥିଲେ.ସେଠାରେ ତାଙ୍କୁ ହତ୍ୟା ଉଦ୍ୟମ ବେଳେ ବିଜୟ କୌଶଳ କ୍ରମେ ଖସି ଆସି ପୋଲିସ ରେ ଅଭିଯୋଗ କରିଥିଲେ।ପୋଲିସ ଟିମ ଖବର ପାଇ ଖୋଜା ଖୋଜି ବେଳେ ଏକ ତୋଟା ରୁ ମୁଖ୍ୟ ଅଭିଯୁକ୍ତ ନିଗମ ସହ ଅନ୍ୟ ତିନିଜଣ ଙ୍କୁ ଗିରଫ କରିଥିଲେ। ବୁଧବାର ଗିରଫ ଅଭିଯୁକ୍ତ ମାନଙ୍କୁ ଡାକ୍ତରୀ ମାଇନା ପରେ ପାତ୍ରପୁର ଯେ ଏମ ଏଫ ସି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିଶ୍ୱଜିତ ନାୟକ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ନିଗମ ଓ ବିଜୟ ଉଭୟ ମଙ୍ଗଳବାର ସକାଳ ସମୟରେ  ମଦ୍ୟପାନ କରି କୋଣସି କାରଣ ରୁ ଉଭୟ ଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏଥିରେ ପ୍ରତିକ୍ରିୟାଶିଳ ହୋଇ ନିଗମ ବିଜୟ ଙ୍କୁ ରାସ୍ତା ରୁ ହଟେଇବା ପାଇଁ ଯୋଜନା ବଦ୍ଧ ଭାବେ ଅପହରଣ କରି ହତ୍ୟା ଉଦ୍ୟମ କରିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ