ଇନଭିଜି ଲେଟରଙ୍କ ତୃଟି ଯୋଗୁଁ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ନଷ୍ଟ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଓଡ଼ିଶା ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ +୨ କଳା ପରୀକ୍ଷାରେ ଇନଭିଜି ଲେଟରଙ୍କ ସାମାନ୍ୟ ତୃଟି ଯୋଗୁଁ ଜୈନିକା ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ନଷ୍ଟ ହୋଇପଡ଼ିଛି । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ଘଟିଛି । ଜଣେ +୨ କଳା ପରୀକ୍ଷାର୍ଥୀଙ୍କ ପରୀକ୍ଷାରେ ଉପସ୍ଥିତ ଥିବା ସତ୍ୱେ ୨ଟି ବିଷୟରେ ଅନୁପସ୍ଥିତ ଥିବା ଦର୍ଶାଯାଇଥିବାରୁ ସଂପୃକ୍ତ ମହାବିଦ୍ୟାଳୟର କର୍ମଚାରୀଙ୍କ ସାମାନ୍ୟ ଜ୍ଞାନର ଅଭାବ ନେଇ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ଚଳିତ ମାସ ୫ ତାରିଖରେ +୨ କଳା ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀ ଜଣକ ଅନୁତୀର୍ଣ୍ଣ ହୋଇଥିବା ଜାଣିପାରିଥିଲେ । ପରେ ମାର୍କସିଟ ଇଂଟରନେଟରୁ ଡ଼ାଉନଲୋଡ଼ କରିବା ପରେ ୨ ବିଷୟରେ ଅନୁପସ୍ଥିତ ଥିବା ଜାଣିପାରିଥିଲେ । ଘଟଣା ନେଇ ପରୀକ୍ଷାର୍ଥୀ ଜଣକ ବୁଧବାର ଓ ଗୁରୁବାର ୨ ଦିନ ଧରି ମହାବିଦ୍ୟାଳୟ ଅଧ୍ୟକ୍ଷାଙ୍କ ନିକଟରେ ଗୁହାରି କରିଥିବା ଜଣାପଡ଼ିଛି । ପ୍ରକାଶ ଯେ, ଓଡ଼ିଶା ମାଧ୍ୟାମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷ +୨ କଳା ପରୀକ୍ଷା ଫଳ ଗତ ୫ ତାରିଖରେ ପ୍ରକାଶ ପାଇଥିଲା । ହିଞ୍ଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟର ଜଣେ +୨ କଳା ୨ବର୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଫଳ ପ୍ରକାଶ ପାଇବା ପରେ ସଂପୃକ୍ତ ଛାତ୍ରୀ ଜଣକ ଅନୁତୀର୍ଣ୍ଣ ହୋଇଥବା ଜାଣିବା ପରେ କେଉଁ ବିଷୟରେ ଅନୁତୀର୍ଣ୍ଣ ହୋଇଛନ୍ତି ସେ ନେଇ ଇଂଟନେଟରେ ମାର୍କ ଡ଼ାଉନଲୋଡ଼ କରିଥିଲେ । ରାଜନୀତି ବିଜ୍ଞାନ ଓ ଦ୍ୱିତୀୟ ଭାଷା ଇଂରାଜୀରେ ଅନୁପସ୍ଥିତ ଥିବା ଜଣାପଡ଼ିଥିଲା । କଲେଜ ଖୋଲିବା ପରେ ବୁଧବାର ଘଟଣା ନେଇ ମହାବିୀଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସାକ୍ଷାତ କରି ଅବଗତ କରାଇଥିଲେ । ଘଟଣା ଅଧିକ ଗୁରୁତ୍ୱପୁର୍ଣ୍ଣ ଥିବାରୁ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କ ସହ ଘଟଣା ନେଇ ଯୋଗାଯୋଗ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପରୀକ୍ଷାର୍ଥୀଙ୍କୁ ଆଶ୍ୱାସନା ଦେଇଥିବା ପରୀକ୍ଷାର୍ଥୀ ଜଣକ କହିଛନ୍ତି । ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷା ସ୍ୱସ୍ତିକା ପାଢିଙ୍କୁ ପଚାରିବାରୁ ସେ କହିଛନ୍ତି, ପରୀକ୍ଷାର୍ଥୀଙ୍କ ରୋଲ ନଂ- ୭୩୫୦୧୫ ରହିଥିବା ବେଳେ ପରୀକ୍ଷା ସମୟରେ ଉକ୍ତ ପ୍ରକୋଷ୍ଠରେ ନିୟୋଜିତ ଇନଭିଜିଲେଟ ଅସାବଧାନବଶତଃ ପରୀକ୍ଷାର୍ଥୀଙ୍କ ରୋଲ ନଂ- ୭୩୮୦୧୫ ପରିବର୍ତେ ୪୩୮୦୧୫ ଦର୍ଶାଇଥିବାରୁ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳରେ ଅନୁପସ୍ଥିତ ରହିଛି । ପରୀକ୍ଷା ସମୟରେ ମୁଁ ଅଧ୍ୟକ୍ଷ ନଥିଲି, ତଥାପି ଘଟଣଶକୁ ଗମ୍ଭୀରତାର ସହ ବିଚାର କରି ଘଟଣା ନେଇ ବିଭାଗୀୟ ଉଚ୍ଚ କର୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସଂପୃକ୍ତ ପରୀକ୍ଷାର୍ଥୀଙ୍କ ଭୁଲ ରୋଲ ନଂ ଦର୍ଶାଯାଇଥିବା ବିଷୟରେ ରାଜନୀତି ବିଜ୍ଞାନ ବିଷୟରେ ୬୦ ନମ୍ବର ରହିଥିବା ବେଳେ ଇଂରାଜୀରେ ୨୦ ମାର୍କ ରହିଥିବା କହିଛନ୍ତି । ଅନ୍ୟପକ୍ଷରେ ଗଣମଶଧ୍ୟମରେ ଖବର ପ୍ରକାଶନ ନକରିବାକୁ ଅନୁରୋଧ କରିଛନ୍ତି । ସଂପୃକ୍ତ ଛାତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବପର ହୋଇନପାରିବା ଯୋଗୁଁ ପରୀକ୍ଷାର୍ଥୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ