ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ ମାମଲା ; ଅଭିଯୁକ୍ତ ଗିରଫ
ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗ୍ରାମର ଜଣେ ମହିଳାଙ୍କୁ ଘରେ ପଶି ଆକ୍ରମଣ ସହ ଅସଦାଚରଣ ମାମଲା ରେ ଫେରାର ଥିବା ଗ୍ରାମର ଶିବ ପାତ୍ର ଙ୍କୁ ଗୁରୁବାର ପୋଲିସ ଗିରଫ କରି ଥାନା ମାମଲା ନଂ.୧୯୬/୨୦ ଅନୁଯାୟୀ କୋର୍ଟ ଚାଲାଣ କରିଛନ୍ତି।ଜାମିନ ନାମଞ୍ଜୁର କାରଣରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲକୁ ପଠାଇ ଦିଆଯାଇଛି। ପୋଲିସ ସୂଚନାନୁସାରେ, ଗତ ୪ ତାରିଖରେ ଅଭିଯୁକ୍ତଙ୍କ କିଛି ଛେଳି ମହିଳାଙ୍କ ଜମିରେ ପଶି ଫସଲ ଖାଇଦେବାରୁ ସେ ଗାଳି ଗୁଲଜ କରିଥିଲେ।ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତ ଜଣକ ମହିଳାଙ୍କ ଘରେପଶି ତାଙ୍କୁ ଗାଳି ଗୁଲଜ କରି ମାଡ଼ ମାରିଥିଲେ।ପ୍ରତିବାଦ କରିବାରୁ ସେ ତାଙ୍କୁ ଟଣାଓଟରା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା।ଏନେଇ ଏତଲା ହେବାପରେ ଗିରଫ ଭୟରେ ଅଭିଯୁକ୍ତ ଶିବ ଫେରାର ଥିଲେ।ଗାଁ କୁ ଫେରିଥିବା ଖବର ପାଇ ପୋଲିସ ବୁଧବାର ଅଭିଯୁକ୍ତଙ୍କୁ ଗିରଫକରି ନିୟମ ପ୍ରକାରେ କୋଭିଡ ପରୀକ୍ଷା କରାଇଥିଲେ।ରିପୋର୍ଟ ନେଗେଟିଭ ଆସିବାପରେ ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ପୋଲିସ କହିଛି।