ଠକେଇ ମାମଲା ରେ ୨ଗିରଫ

କଳାହାଣ୍ଡି,(ରଜନୀକାନ୍ତ ମିଶ୍ର): ଏକ ଠକେଇ ମାମଲାରେ ୨ଜଣ ଙ୍କୁ ଗିରଫ କରିଛି ଛତିଶଗଡ଼ ପୋଲିସ । ଛତିଶଗଡ଼ ଦେଭୋଗ ପୋଲିସ ଙ୍କ ସୂଚନା କ୍ରମେ ଗିରଫ ଜଣକ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରାଗୁଡା ଗ୍ରାମର ଅମର ଚନ୍ଦ୍ର ବେମାଲ ଓ ଛତିଶଗଡ଼ ଦେଭୋଗ ଥାନା ଅନ୍ତର୍ଗତ ଠିର୍ଲିଗୁଡା ସୁଶୀଲ ଚକ୍ରବର୍ତ୍ତୀ ବୋଲି ଜଣାପଡିଛି । ପ୍ରଧାନମନ୍ତ୍ରୀ ଋଣ ମୁକ୍ତି ଯୋଜନା ମାଧ୍ୟମରେ ଲୋକଙ୍କୁ ଋଣ ଯୋଗାଇ ଦେବା ଆଳରେ ଲୋକଙ୍କ ଠାରୁ ଦୁହେଁ ଟଙ୍କା ଆଦାୟ କରିଥିଲେ । ମୋଟ ୧୦୯୦ ଜଣଙ୍କ ଠାରୁ ୧୬ ଲକ୍ଷ ୩୪ ହଜାର ଟଙ୍କା ଆଦାୟ କରି ଦୀର୍ଘଦିନ ପରେ ମଧ୍ୟ ଋଣ ପ୍ରଦାନ ନ କରିବାରୁ ଗରିଆବନ୍ଦ ଆରକ୍ଷୀ ଙ୍କ ନିଟକରେ ଅଭିଯୋଗ କରିଥିଲେ । ତେବେ ଠକାମୀର ଶିକାର ହୋଇଥିବା ଅଭିଯୋଗକାରୀଙ୍କ କହିବା ଅନୁସାରେ ଏହି ଋଣ ୪୫ ଦିନ ମଧ୍ୟରେ ପ୍ରଥମ କିସ୍ତି ଭାବେ ୧୫ ହଜାର ଦ୍ଵିତୀୟ କିସ୍ତି ରେ ୫୦ ହଜାର, ତୃତୀୟ କିସ୍ତି ରେ ୧ ଲକ୍ଷ ଓ ପରିଶେଷରେ ୫ ଲକ୍ଷ ଟଙ୍କା ଦେବା କହି ପ୍ରାଥମିକତା ସଦସ୍ୟ ଓ ପାସ ବୁକ ଖୋଲିବା ବାହାନାରେ ଲୋକଙ୍କ ଠାରୁ ୧୫୦୦ ଟଙ୍କା ଲେଖା ଆଦାୟ କରିଥିଲେ । ଏନେଇ ପୋଲିସ ଆରକ୍ଷୀ ଙ୍କ ଠାରେ ଅଭିଯୋଗ ହେବା ପରେ ପୋଲିସ ଦୁହିଁଙ୍କ ବିରୋଧରେ ଥାନା ରେ ୧୩୭/୨୦୨୦ ରେ ଏକ କେଶ ରୁଜୁ କରି ଧାରା ୪୨୦(୩୪) ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଥିବା ଦେଭୋଗ ଥାନା ଅଧିକାରୀ ହର୍ଷବର୍ଧନ ବାଇସ ପ୍ରକାଶ କରିଛନ୍ତି । ଅନ୍ୟପଟେ ସମାନ ଠକେଇ ମାମଲା ନେଇ ଓଡ଼ିଶା ପୋଲିସ ପାଖରେ ଅଭିଯୋଗ ହୋଇଥିଲେ ମଧ୍ୟ କୋକସରା ପୋଲିସ ଅଭିଯୁକ୍ତ କୁ ଘଣ୍ଟ ଘୋଡେଇ ଅଦ୍ୟାବଧି କେଶ ରୁଜୁ କରି ନ ଥିବା ନେଇ ଅଞ୍ଚଳରେ ସମାଲୋଚନା ଜୋର ଧରିଛି । କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳ ରେ ଛତିଶଗଡ଼ ରାଜ୍ୟ ଜଣେ ଠକ ରାବନଗୁଡା ଠାରେ ଏକ ସ୍ପନ୍ଦନା କାର୍ଯ୍ୟାଳୟ ଖୋଲି ଲୋକଙ୍କ ଠାରୁ ଦ୍ଵିଗୁଣିତ ଟଙ୍କା ହେବା ପ୍ରଭଲନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଲୋକଙ୍କ ଧରି ଚପଟ ମାରିଛି ।ଏନେଇ କୋକସରା ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଓଡ଼ିଶା ପୋଲିସର ଦକ୍ଷତା ପ୍ରତି ସମାଲୋଚନା କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ