ସଙ୍ଗୀତା କୁମାରୀ ସାହୁ ପୋଲସରା ବ୍ଲକ ଟପର

ବୁଗୁଡା,( ଅନିଲ କୁମାର ମହାରଣା): ପୋଲସରା ଆଞ୍ଚଳିକ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଭାଗର ଛାତ୍ରୀ ସଙ୍ଗୀତା କୁମାରୀ ସାହୁ ୨୦୨୦ ଯୁକ୍ତ ଦୁଇ କଳା ପରୀକ୍ଷାରେ ମୋଟ ୪୭୫ ମାର୍କ ରଖି ବ୍ଲକ ଟପର ହୋଇ ଗୌରବ ଅର୍ଜନ କରିଛନ୍ତି । ଏଥିସହ ଏହି କଲେଜର ଛାତ୍ରୀ ଲିଜା ବେହେରା ୪୭୦ ମାର୍କ ଓ ଛାତ୍ରୀ ସ୍ମିତା ପ୍ରଧାନ ୪୩୬ ମାର୍କ ରଖି ବ୍ଲକରେ ୨ୟ ଓ ୩ୟ ସ୍ଥାନ ଅଧିକାର କରିବା ସହ ମହାବିଦ୍ୟାଳୟ ପାଇଁ ଏହି ତିନିଜଣ ଗୌରବ ଆଣିପାରିଛନ୍ତି। ପୋଲସରା ବ୍ଲକରେ ଚାରିଗୋଟି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବାବେଳେ ଆଞ୍ଚଳିକ ମହିଳା ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ବିଭାଗରେ ମୋଟ ୨୩୭ ଜଣ ପରୀକ୍ଷା ଦେଇଥିବା ବେଳେ ୨୧୯ ଜଣ ପାସ କରିଛନ୍ତି । କଲେଜର ପାସହାର ୯୨.୪୦ ପ୍ରତିଶତ ହୋଇ ଥିବା ବେଳେ ୩୯ ଜଣ ଫାଷ୍ଟ ଡିଭିଜନ, ୬୩ ଜଣ ସେକେଣ୍ଡ ଡିଭିଜନ ଓ ୧୧୭ ଜଣ ଥାର୍ଡ ଡିଭିଜନ ରେ ପାସକରିଥିବା ଯୋଗୁ ଅଧ୍ୟକ୍ଷା, ଅଧ୍ୟାପକ ଓ ଅଧ୍ୟପିକା ବୃନ୍ଦ ଅଞ୍ଚଳବାସୀଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି | ପୋଲସରାର ଅନ୍ୟତମ କଲେଜ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ବିଭାଗରେ ମୋଟ ୩୦୬ ଜଣ ପରୀକ୍ଷା ଦେଇଥିବା ବେଳେ ୨୧୨ ପାସ କରିଛନ୍ତି । ସେମାନଙ୍କ ମଧ୍ୟରୁ ଫାଷ୍ଟ ଡିଭିଜନରେ ୨୫ ଜଣ, ସେକଣ୍ଡ ଡିଭିଜନରେ ୭୦ ଜଣ ଓ ଥାର୍ଡ ଡିଭିଜନ ରେ ୧୧୭ ଜଣ ପାସ କରିଥିବା ବେଳେ ପାସହାର ୬୯.୨୮ ପ୍ରତିଶତ ହୋଇଅଛି । ଏହି କଲେଜର ଛାତ୍ରୀ ରଞ୍ଜିତା ସ୍ଵାଇଁ ମୋଟ ୪୩୬ ମାର୍କ ରଖି କଲେଜ ଟପର ହୋଇଥିବା ବେଳେ ବ୍ଲକ ସ୍ତରରେ ଯୁଗ୍ମ ୩ୟ ସ୍ଥାନ ଅଧିକାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ