ବୋଲର ରୁ ଜବତ ହେଲା ଷୋହଳ ଗୋଟି ଗଞ୍ଜେଇ ବସ୍ତା
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଏସପି ଶ୍ରୀ ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ତଥା ଏସ.ଡି.ପି.ଓ ଆର. ଉଦୟଗିରି ଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଅଡବା ଥାନା ଆଇ.ଆଇ.ସି ଙ୍କ ନେତୃତ୍ୱରେ ଆଜି ୧୧.୦୯.୨୦୨୦ ଦିନ ୧୨.୦୨ ଘଣ୍ଟା ସମୟରେ ଏକ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ କଟାମା ଠାରୁ ପାଜିଗୁଡ଼ ମଧ୍ୟରେ କଟାମା ଛକ ନିକଟରେ ଏକ ବୋଲରକୁ ଅଟକାଇ ଗାଡ଼ିରୁ ଷୋହଳ ଗୋଟି ଗଞ୍ଜେଇ ବସ୍ତା ଜବତ କରାଯାଇଛି | ତହସିଲଦାର ମୋହନା ଥାନା ମାଜିଷ୍ଟେରଙ୍କର ଉପସ୍ତିତିରେ ଉକ୍ତ ଗଞ୍ଜେଇ ବସ୍ତା ସବୁ ଓଜନ କରାଯାଇଥିଲା | ସମୁଦାୟ ଗଞ୍ଜେଇ ର ପରିମାଣ ୫୭୫ କେଜି ୩୦୦ ଗ୍ରାମ ହେଲା | ଯାହାର ବଜାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ | ଉକ୍ତ ବୋଲର ଗାଡିର ଡ୍ରାଇଭର ସୁବଳ ପରିଛା,ପିତା ୱିଲିୟମ ପରିଛା, ସୁଶାନ୍ତ ପରିଛା, ସ୍ବର୍ଗତ ପିତା ଯୁଧିଷ୍ଠିର ପରିଛା,ପୂର୍ଣ୍ଣ ବିଷୋୟୀ, ପିତା କ୍ଷମା ବିଷୋୟୀ, ସୂଚନାନୁଯାୟୀ ଗଜପତି ଜିଲ୍ଲାର କଟାମା ଓ ପାଜିଗୁଡ଼ ରୁ ଗଞ୍ଜେଇ କିଣି ଉକ୍ତ ଗାଡ଼ିରେ ଲୋଡ଼ କରି ଗଂଜାମ ଜିଲ୍ଲାକୁ ଚାଲାଣ କରୁଥିଲେ | ଏବାବଦରେ ଅଡବା ଥାନାରେ କେସ ରୁଜୁ କରାଯାଇଛି | ଏସ.ଆଇ ଚନ୍ଦନ କୁମାର ଦାସ ଏହାର ତଦନ୍ତ କରୁଛନ୍ତି | ଆସନ୍ତା କଲି ଉପରୋକ୍ତ ବ୍ୟକ୍ତି ମାନଙ୍କୁ କୋର୍ଟ ଚାଲାଣ କରାଯିବ |


