ଶ୍ରୀ ମାଣିକେଶ୍ୱର ବିଦ୍ୟାପୀଠରେ ଶିକ୍ଷଣ ସାମଗ୍ରୀ ମେଳା
କୋଦଳା , (ଯୁଗାବ୍ଦ ନ୍ୟୁଜ) :ଶିକ୍ଷାଦାନ ପ୍ରଣାଳୀକୁ ସରସ, ସରଳ କରେଇବାରେ ଶିକ୍ଷଣ ସାମଗ୍ରୀର ପ୍ରଧାନ ଭୂମିକା ରହିଛି । ଆଜି କୋଦଳା ଅଧିନସ୍ଥ ଫାସି ଠାରେ ଶ୍ରୀ ମାଣିକେଶ୍ବର ବିଦ୍ୟାପୀଠ ପରିସରରେ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ରଣହାନ୍ଦୋଳ ତତ୍ୱାବଧାନରେ ଏହି ମେଳା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧୨୦ ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା ।ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ଶ୍ରୀ ପ୍ରଭାକର ବେହେରା ଯୋଗ ଦେଇଥିଲେ ।ଶିକ୍ଷାଦାନ ଶିକ୍ଷଣ ପ୍ରକିୟା ଶିକ୍ଷାର୍ଥୀଙ୍କୁ ଅତ୍ୟନ୍ତ ଆକୃଷ୍ଟ କରିଥାଏ । ଏତବ୍ୟତୀତ ଶିକ୍ଷାଦାନ ସମୟରେ ଶିକ୍ଷଣ ସାମଗ୍ରୀର ସଠିକ ବ୍ୟବହାର ମଧ୍ୟ ଛାତ୍ରୀଛାତ୍ରଙ୍କ ମନଯୋଗକୁ ଦୃଢିଭୁତ କରିବାରେ ଶିକ୍ଷଣ ସାମଗ୍ରୀ ଯଥେଷ୍ଟ ସହାୟକ ହୋଇଥାଏ।ଏହି ମେଳାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


