କୋଭିଡ ସୁସ୍ଥ ପରେ ଗାଁ ରେ ଉତେଜନା
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରାଜ୍ୟ ବା ରାଜ୍ୟ ବାହାରେ ଏକ ମାତ୍ର ଭୟ କରୋନା ମହାମାରୀ ରେ ଅନେକ ଲୋକ ଆକ୍ରାନ୍ତ ହେବା ସହ ଅନେକ ମୃତ୍ୟୁ ବରଣ କରିଥିଲେ | କିନ୍ତୁ ପ୍ରଶାସନର ନିୟମ ମାନିଲା ପରେ ବୋହୁ ପରିମାଣରେ ଲୋକ ମାନେ ସୁସ୍ଥ ହୋଇଥିଲେ | ଏହା କୁ ନେଇ ସରକାର ବିଭିନ୍ନ ଦିଗରେ ସଚେତନ କରାଇଛନ୍ତି | କିନ୍ତୁ ଗାଁ ଗହଳି ରେ ଲୋକ ମାନେ କିଛି ଅନ୍ଧ ବିଶ୍ୱାସକୁ ଆଶ୍ରା କରି ଏବେଭି ଭୟରେ ଅଛନ୍ତି | ମୋହନା ବ୍ଲକ ଘାସପଦାଗାଁ ର ଅନେକ ବ୍ୟକ୍ତି ଅଗଷ୍ଟ ମାସରେ ଅସୁସ୍ଥ ଅନୁଭବ କରି ନିଜର କରୋନା ପରୀକ୍ଷା କରିଥିଲେ | ଏବଂ ସେ ପଜେଟିଭ ବୋଲି ଜାଣିବା ପରେ ତାଙ୍କୁ କାଳିଆପଟା କୋଭିଡ ମେଡିକାଲ ରେ ଚିକିତ୍ସା ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ | ଗତ କାଲି ନିଜ ଗ୍ରାମକୁ ଯିବାରୁ କିଛି ଲୋକେ ତାଙ୍କ ଆସିବାକୁ ବରୋଧ କରି ଗାଁ ରେ ପଶିବାକୁ ମନା କରିଥିଲେ | ଉକ୍ତ ବ୍ୟକ୍ତି ଜଣଙ୍କ ତହସିଲଦାରଙ୍କୁ ଜଣାଇଥିଲେ | ଘଟଣା ସ୍ଥଳରେ ପହଞ୍ଚି ତହସିଲଦାର କଲ୍ୟାଣି ସଙ୍ଘମିତ୍ରା ଦେବୀ ଓ ଅଡବା ଥାନା ଅଧିକାରୀ ତପନ କୁମାର ପଟ୍ଟନାୟକଙ୍କ ନିର୍ଦେଶରେ ଏକ ପୋଲିସ ଟିମ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ସେଚେତନ କରିବା ସହ ଏପରି କୋଣସି ବ୍ୟକ୍ତି ସୁସ୍ଥ ହୋଇ ଫେରିଲେ କୌଣସି ପ୍ରକାର ଅଣଦେଖା କରନ୍ତୁନି ବୋଲି ବୁଝାଇ ଉକ୍ତ ବ୍ୟକ୍ତି ଙ୍କୁ ନିଜ ଘରକୁ ଯିବା ପାଇଁ କହିଥିଲେ | ଏହା ସହ କାଗଜ ପତ୍ର ଲେଖି ସମାଧାନ କରିଥିଲେ ଶ୍ରୀମତୀ କଲ୍ୟାଣି ସଙ୍ଘ ମିତ୍ରା ଦେବୀ |


