ଅଳ୍ପକେ ବର୍ତ୍ତୀଲେ ଯବାନ
କଳାହାଣ୍ଡି,(ରଜନୀକାନ୍ତ ମହାପାତ୍ର):ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ମୁରଲିଗୁଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ନକ୍ସଲ ମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଲଗାଇ ଥିବା ଲେଣ୍ଡମାଇନ କୁ ଆଜି ସିଆରପିଏଫ ଜବାନ ମାନେ ଉଦ୍ଧାର କରିଛନ୍ତି । ୨୧୭ ସିଆରପିଏଫ ବାଟାଲିଆନ ର ଜବାନ ମାନେ ଆଜି ଅପରେସନ ପାଇଁ ଯାଇଥିବା ବେଳେ ରାସ୍ତାରେ ଏକ ତାର ଦେଖିବାକୁ ପାଇଥିଲେ ପରେ ମେଟାଲ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରିବାରୁ ସେଠାରୁ ଲେଣ୍ଡମାଇନ ଟିକୁ ଠାବ କରିଥିଲେ । ପାଞ୍ଚ କେଜି ଓଜନର ଏହି ଲେଣ୍ଡମାଇନ କୁ ସିଆରପିଏଫ ଜବାନ ମାନେ ପରେ ନିଷ୍କ୍ରିୟ କରିଛନ୍ତି । ଏହା ବିସ୍ଫୋରଣ ଘଟିଥିଲେ ସୁରକ୍ଷା କର୍ମୀଙ୍କ ଭାରିମାତ୍ରାରେ କ୍ଷତି ହୋଇଥାନ୍ତା ।