କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗଦେଲେ ପୌର ନିର୍ବାହୀ ଅଧିକାରୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ସରକାର ଓ ପ୍ରଶାସନିକ ଅଧିକାରୀଙ୍କ ପ୍ରୟାସ ଓ ଆପ୍ରାଣ ଉଦ୍ୟମ ଯୋଗୁଁ କରୋନା ବହୁ ସଂଖ୍ୟାରେ ହ୍ରାସ ପାଇଛି । ବହୁ ଜନସାଧାରଣ ଓ କରୋନା ଯୋଦ୍ଧାରେ ଆକ୍ରାନ୍ତ ହୋଇଛନ୍ତି । କିଛି କରୋନା ଯୋଦ୍ଧା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବେଳେ କିଛି ଯୋଦ୍ଧାଙ୍କ ମୃତ୍ୟୁ ଘଟିଛି । ସହରବାସୀଙ୍କୁ ସଚେତନ କରୁଥିବା ବେଳେ ଅନ୍ୟତମ କରୋନା ଯୋଦ୍ଧା ତଥା ହିଞ୍ଜିଳିକାଟୁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ଜୁନ ମାସ ଶେଷ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଭୂବନେଶ୍ୱର କୋଭିଡ଼ ହସପିଟାଲରେ ଚିକିତ୍ସିତ ହେବା ପରେ ଦୀର୍ଘ ୨ମାସ ପରେ ସୁସ୍ଥ ହୋଇ ସୋମବାର ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ କାର୍ଯ୍ୟରେ ଯୋଗଦାନ କରିଛନ୍ତି । କାର୍ଯ୍ୟରେ ଯୋଗଦାନ କରିବା ପରେ ପୌର ନିର୍ବାହୀ ଅଧିକାରୀଙ୍କୁ ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ କୁମାର ପାତ୍ର ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ