କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣଙ୍କ ଆରୋଗ୍ୟ କାମନା କରି ସମୁହ ଦୀପଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କୁତୁରଙ୍ଗ ପଂଚାୟତ ପକ୍ଷରୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ମା’ଙ୍କ ମନ୍ଦିରରେ ସମୁହ ଦୀପଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ପଂଚାୟତର ବିଷ୍ଣୁଦାସପୁର ଗ୍ରାମର ମା’ରାମଚଣ୍ଡିଙ୍କ ମନ୍ଦିରରେ ସରପଂଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନେତୃତ୍ୱରେ ବିଧାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟକାମନା କରାଯାଇ ମଙ୍ଗଳବାର ସମୁହ ଦୀପଦାନ କରାଯାଇଛି । ବିଧାୟକ ଶ୍ରୀ ବେହେରା କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ କରି ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ପଂଚାୟତର ଯୁବନେତା ନରୋତ୍ତମ ମଲ୍ଲିକ, ପଂଚାୟତ ସଭାପତି ଗୋଲଖ ଜେନା, ରମେଶ ପରିଡା, ନିରଞ୍ଜନ ବଳ, ଦୁଃଶାସନ ମଳିକ, ମନୋଜ କୁମାର ଜେନା, ଅଶୋକ କୁମାର ଜେନା, ଦେବଦତ୍ତ ଜେନା, ଦିଲ୍ଲିପ କୁମାର ଦାସ, ପ୍ରିୟରଞ୍ଜନ ମହାନ୍ତି, ଅଭିଜିତ ଥାଟୋଇ, ରଶ୍ମିରଞ୍ଜନ ଥାଟୋଇ, ବିଦ୍ୟାଧର ମଳିକ, ଜ୍ଞାନଲୋଚନ ବେହେରା, ଦେବ ପ୍ରସାଦ ମହାନ୍ତି, ସଚିଦାନନ୍ଦ ଜେନା, ପ୍ରଦୀପ କୁମାର ଆଚାର୍ଯ୍ୟ, ଚିତ୍ତରଞ୍ଜନ ଆଚାର୍ଯ୍ୟ, ରତିକାନ୍ତ ଆଚାର୍ଯ୍ୟ, ପଦ୍ମନାଭ ସାହୁ, ସୁରେଶ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ସ୍ୱାଇଁ, ଅଜୟ କୁମାର ସ୍ୱାଇଁ, ରଞ୍ଜନ କୁମାର ସ୍ୱାଇଁ, ପୁରସ୍ତମ ମଳିକଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ମା’ରାମଚଣ୍ଡିଙ୍କ ମନ୍ଦିରରେ ସମୁହ ଦୀପଦାନ କରି ବିଧାୟକ ଶ୍ରୀ ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ