ବାଲିଗୁଡା ବିଜେପି ତରଫରୁ ସେବା ସପ୍ତାହ ପାଳନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମ ଦିବସ ଅବସରରେ କନ୍ଧମାଳ  ଜିଲ୍ଲା ବାଲିଗୁଡା ବିଜେପି ତରଫରୁ ସେବା ସପ୍ତାହ ପାଳନ ହୋଇ ଯାଇଛି  l ଆଜିର ଏହି ଦିବସରେ କନ୍ଧମାଳ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ଅଧ୍ୟକ୍ଷତାରେ ବାଲିଗୁଡା ନଗରର ବିଭିନ୍ନ ସ୍ଥାନରେ ଏକ ଶହରୁ ଉର୍ଦ୍ଧ  ଚାରା ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚା ସଭାପତି ରଞ୍ଜିତ ସାହୁ ତଥା ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ଅଭୟ ପାତ୍ର ଓ  ବାଲିଗୁଡା ମଣ୍ଡଳ ସଭାପତି ଦିବାକର ସାହୁ, ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟନାୟକ ରମାନଦ ଘଡେଇ, ପୂର୍ବତନ ମଣ୍ଡଳ ସଭାପତି ସୁରେନ୍ଦ୍ର ପାତ୍ର ତଥା ନଗର ଯୁବମୋର୍ଚା ସଭାପତି ସୁଭାଶିଷ ମିଶ୍ର ପୂର୍ବତନ ଯୁବମୋର୍ଚା ସଭାପତି ମନୋଜ କୁମାର ରଥଙ୍କ ସମେତ ନଗରର ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ! ଏହି କାର୍ଯ୍ୟକ୍ରମରେ ନଗର ଯୁବମୋର୍ଚାଙ୍କ ସହଯୋଗ ଓ ରୋପଣ କରାଯାଇଥବା ଚାରାର ରକ୍ଷଣ ବେକ୍ଷଣ ଦାୟିତ୍ୱ ନେଇଥିବାରୁ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ଜିଲ୍ଲାର ବରିଷ୍ଠ ନେତା ବିପ୍ର ଚରଣ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ