ଏନ.ଜି.ଓ ସଂସ୍ଥାରେ ବ୍ୟସ୍ତ ରହୁଥିବା ଶିକ୍ଷକଙ୍କ ୮ ଦିନ ମଧ୍ୟରେ ତଦନ୍ତ ପାଇଁ ନିର୍ଦେଶ

ମୋହନା,(ଅଂଶୁମାନ ପଣ୍ଡା): କଥାରେ ଅଛି ଶିକ୍ଷକ ହିଁ ପିଲାର ଭବିଷ୍ୟତକୁ ଆଗକୁ ନେଇଥାନ୍ତି | ଶିକ୍ଷକ ମାନେ ହିଁ ପିଲାମାନଙ୍କୁ ଆଗକୁ ବଢ଼ିବାରେ ସାହାରା ହୋଇଥାନ୍ତି | ପିଲାଟି ଜନ୍ମ ହେଲା ପରେ ତାର ପ୍ରଥମ ଗୁରୁ ମା,ଦୁତୀୟ ଗୁରୁ ବାପା ଏବଂ ତୃତୀୟ ଗୁରୁ ଶିକ୍ଷକ ହୋଇଥାନ୍ତି | କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ସରକାରୀ ଶିକ୍ଷକ ମାନେ ପିଲାଙ୍କୁ ଶିକ୍ଷା ଦେବା ଜାଗାରେ ଏନ.ଜି.ଓ ସଂସ୍ଥାରେ ମାତିଛନ୍ତି | ଏପଟେ ସରକାରଙ୍କ ଠାରୁ ଟଙ୍କା ନେଇ ସେପଟେ ଏନ.ଜି.ଓ ରେ କାମ କରୁଛନ୍ତି | ଯେମିତି ସେମାନେ ଭାବୁଛନ୍ତି ବିଲେଇ କ୍ଷୀର ପିଉଛି କେହି ଜାଣି ପାରିବେନି,କରୋନା ମହାମାରି ସମୟରେ ସରକାର ଘୋଷଣା କରିଥିଲେ ଅନଲାଇନ ପାଠପଡ଼ା ପାଇଁ ଯେଉଁଠି ନେଟୱର୍କ ନାହିଁ ସେଠି ଶିକ୍ଷକ ଯାଇ ପାଠ ପଢ଼ାଇବେ ଏଥିପାଇଁ ଶିକ୍ଷକ ମାନଙ୍କୁ ସରକାର ଦରମା ମଧ୍ୟ ଦେଉଛନ୍ତି | କିନ୍ତୁ ପିଲାଙ୍କୁ ପାଠ ପଢ଼ାଇବା ପରିବର୍ତେ ଶିକ୍ଷକ ମାନେ ନିଜ ନିଜର କାମରେ ବ୍ୟସ୍ଥ ରହିବା ଦେଖିବାକୁ ମିଳିଛି | ମୋହନା ବ୍ଲକ କେଶେରା ବିଦ୍ୟାଳୟରେ ଜଣେ ଶିକ୍ଷକ ଭିକାରୀ ନାୟକ ସରକାରୀ ଚାକରି କରି ଏକ ଏନ.ଜି.ଓ ସଂସ୍ଥା ଏନ.ଆର.ଡିଓ.ର ପଦବିରେ ଅଛନ୍ତି | ପିଲାଙ୍କୁ ପାଠ ପଢ଼ାଇବେ କଣ ସେ ନିଜର ସଂସ୍ଥା କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି | ଏପରିକି ଲକଡାଉନ ସମୟରେ ନିଜ ସଂସ୍ଥାର ନା ବାଡ଼େଇବା ପାଇଁ ବିଭିନ୍ନ ଗାଁ ରେ ସାବୁନ ବାଣ୍ଟିଥିଲେ ଓ କିଛି ଜଙ୍ଗଲ ଜମିରୁ ଗଛ କାଟି ନଷ୍ଟ କରିଥିଲେ,ପରବର୍ତୀ ସମୟରେ ଏହି ବିଷୟରେ ବନ୍ୟାଞ୍ଚଳ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିବା ଦେଖିବାକୁ ମିଳିଥିଲା | ଏହାକୁ ନେଇ ବିଭିନ୍ନ ଅଞ୍ଚଳରେ ଚର୍ଚ୍ଚା ଧରିଥିଲା ଖବର କାଗଜରେ ପ୍ରସାରଣ ପରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପି ନାଗ ଗତ କାଲି ଦିନିକିଆ ଗ୍ରସ୍ଥରେ ମୋହନା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ କୁ ଆସି ତଦନ୍ତ କରି ବ୍ଲକ ଶିକ୍ଷା ଅଧିକାରୀ ଓ ସି.ଆର.ସି ମାନଙ୍କ ଉପସ୍ଥିତରେ ଆଲଚନା କରିବା ସହ୨୫ ତାରିଖ ସୁଧା ଏହା ର ସତ୍ୟାସତ୍ୟ ଲେଖି ଜଣାଇବା ପାଇଁ ନିର୍ଦେଶ ଦେଇଛନ୍ତି | ତେବେ ଲୋକଙ୍କ କହିବାନୁସାରେ ଜଣେ ଶିକ୍ଷକ ସରକାରୀ କର୍ମଚାରୀ ହୋଇ ମଧ୍ୟ ବିଭିନ୍ନ ଏନ.ଜି.ଓ ସଂସ୍ଥା ଖୋଲି ଲୋକଙ୍କୁ ଚାକିରୀ ଦେବା ନାରେ ସେମାନଙ୍କଠାରୁ ଟଙ୍କା ଲୁଟିଛନ୍ତି ଏଭଳି ଶିକ୍ଷକ ମାନେ ଚାକରି ଛାଡିବା ଜରୁରୀ ବୋଲି ଅଞ୍ଚଳରେ ଚର୍ଚ୍ଚା ଧରିଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ