ଫେରାର ଗାଡି ଚାଳକ ଗିରଫ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍): ଦିଗପହଣ୍ଡି ବ୍ଳକ ବଡ଼ ଡୁମ୍ବୁଳା ଗ୍ରାମର ଗାଡି ଚାଳକ ରୋସନ୍ ସେଠୀ ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଗତ ୬ ତାରିଖ ଭୋର ରେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା ରେ କାର (ନଂ. ଓଡ଼ି ୦୭ ଏ ବି -୧୫୧୨) ଧକ୍କାରେ ଦିଗପହଣ୍ଡି ଗଜାନନ ନଗର ର କାଞ୍ଚନ ବେହେରା ମୃତ୍ୟୁ ବରଣ କରିଥିଲେ। ଘଟଣା ସ୍ଥଳରୁ ଗାଡି ଚାଳକ ରୋସନ୍ ଫେରାର ହୋଇଯାଇଥିଲେ।ଏନେଇ ଏତଲା ହେବା ପରେ ଥାନା ମାମଲା ନଂ.୧୯୩/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।


