ପଦ୍ମିନୀ ମୃତ୍ୟୁ ଘଟଣାର ଶିଥିଳତା ନେଇ ଅଭିଯୋଗ କଲେ ପରିବାରଲୋକେ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦା ଗ୍ରାମର ନବବିିବାହିତ ବଧୁ ତଥା ଗଣିଜାଙ୍ଗ ଗ୍ରାମର ରବିନ୍ଦ୍ର ପରିଡାଙ୍କ ଝିଅ ପଦ୍ମିନୀ(୨୫) ମୃତ୍ୟୁ ଘଟଣାର ତଦନ୍ତରେ ଶୀଥିଳତା ହେଉଥିବା ନେଇ ପରିବାରଲୋକେ ଅଭିଯୋଗ କରିଛନ୍ତି । ଗତ ଅଗଷ୍ଟ ୩୧ ତାରିଖରେ ପଦ୍ମିନୀର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାକୁ ୨୦ ଦିନ ବିତି ଯାଇଛି । ହେଲେ ପରିବାରଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ନଦେବା, ବିବାହ ବେଳେ ଦିଆଯାଇଥିବା ଯୌତୁକ ସାମଗ୍ରୀ ନଫେରାଇବାକୁ ନେଇ ପରିବାରଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଫଳରେ ଶନିବାର ପଦ୍ମିନୀଙ୍କ ଭାଇ ଅନନ୍ତ ପରିଡା ଏବଂ ସିଦ୍ଧଦୁର୍ଗା ଟ୍ରଷ୍ଟର ସଭାପତିଙ୍କ ସମେତ କିଛି ସାମାଜିକ କର୍ମୀ ବନ୍ତ ଆଇଆଇସି ମିନା ବିନ୍ଧାଣୀଙ୍କୁ ଭେଟି ତଦନ୍ତ ବିଷୟରେ ପଚାରି ବୁଝିଥିଲେ । ପୋଲିସ ଜାଣିଶୁଣି ତଦନ୍ତରେ ବିଳମ୍ବ କରୁଛି । ଘଟଣା ଦିନ ପୋଲିସ ପଦ୍ମିନୀଙ୍କ ଯାଆ ଏବଂ ଦେଢଶୁରକୁ ଗିରଫ କରି ଆଣି ପୋଲିସ ଷ୍ଟେସନରୁ ଛାଡି ଦେଇଥିବା ଅନନ୍ତ ଅଭିଯୋଗ କରିଛନ୍ତି । ଘଟଣାରେ ସଂପୃକ୍ତ ବ୍ୟକ୍ତି ମାନେ ପଦ୍ମିନୀର ବାପଘର ଲୋକଙ୍କୁ ଧମକ ଦେଉଛନ୍ତି ବୋଲି ପଦ୍ମିନୀଙ୍କ ଭାଇ ପୋଲିସ ଠାରେ ଅଭିଯୋଗ କରିଛନ୍ତି । ଏବିଷୟରେ ଆଇଆଇସିଙ୍କୁ ପଚାରିବାରୁ କୌଣସି ମତାମତ ଦେଇନଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ