ରଜ ମହୋତ୍ସବ ୩ୟ ସନ୍ଧ୍ୟା : ଓଡିଶାରେ ୧ନଂ କରି ଗଢି ତୋଳିବାକୁ ପ୍ରତିଶୃତି ଦେଲେ ସାଂସଦ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ବ୍ଲକ କପାଳୀ କ୍ଷେତ୍ର ନିମାପଡା ଠାରେ ଶ୍ରୀ ଜଗନ୍ନାଥ ରଜ ମହୋତ୍ସବ କମିଟି ଆନୁକୂଲ୍ୟରେ ଶନିବାର ଠାରୁ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବର ସୋମବାର ୩ୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି l କମିଟିର ସଭାପତି ଡ଼. ଶୁଭେନ୍ଦ୍ର କୁମାର ମିଶ୍ରଙ୍କ ସଭାପତିତ୍ବ ତଥା ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗ ଦେଇ ଉକ୍ତ ଉତ୍ସବକୁ ଓଡିଶାରେ ୧ନଂ କରି ଗଢି ତୋଳିବାକୁ ସମସ୍ତ ପ୍ରୟାସ ଜାରି ରଖିବାକୁ ପ୍ରତିଶୃତି ଦେଇଥିଲେ l ମୁଖ୍ୟ ବକ୍ତା ଭାବେ ଭଣ୍ଡାରିପୋଖରୀ ବିଧାନ ସଭା ବିଜେପି ନେତା ଡ଼. ସୁଧାଂଶୁ ଶେଖର ନାୟକ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ରାଉତ, ଉପଦେଷ୍ଟା ନାରାୟଣ ଚନ୍ଦ୍ର ସାମଲ, ଆଇନଜୀବୀ ମାଧବାନନ୍ଦ ଦାସ, ସନାତନ ସେଠୀ, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ସମାଜସେବୀ ରାମ ନାରାୟଣ ଦାସ, ଶିଶୁ ଲେଖକ ନିତିନଜିତ ସାହୁ, ସଫଳ ଉଦ୍ୟାନବିତ ସୁବାଷ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ସାମରିକ ଅଧିକାରୀ ନିରଞ୍ଜନ ସାମଲ, ଅନ୍ତର୍ଜାତୀୟ ଚିତ୍ର ଶିଳ୍ପୀ ନମିତା ବେହେରା, ବରିଷ୍ଠ ଉପଦେଷ୍ଟା ଭାଗିରଥି ସେଠୀ, ଯାତ୍ରା ଖଳ ନାୟକ କ୍ଷିତୀଶ ନାୟକଙ୍କ ସମେତ ଶ୍ରଦ୍ଧା ନୃତ୍ୟାନୁଷ୍ଠାନ କମର୍ଦାର ନୃତ୍ୟ ଶିଳ୍ପୀ ତଥା ରଜ କୁଇନ ପ୍ରତିଯୋଗିତା ଚୟନର ବିଚାରକ ମଣ୍ଡଳୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ନାରାୟଣ ଚନ୍ଦ୍ର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ର ସଫଳତା ପାଇଁ ସୂର୍ଯ୍ୟମଣି ରାଉଳ, ହୃଷିକେଶ ମିଶ୍ର, ଶ୍ୟାମ ସୁନ୍ଦର ଜେନା, ନକୁଳ ଚରଣ ବାରିକ, ବିଜୟ ବିଶ୍ୱାଳ, ବୀରେନ୍ଦ୍ର ବିଶ୍ୱାଳ, ଅର୍ଜ୍ଜୁନ ଚରଣ ବାରିକ, ସତ୍ୟ ସୁନ୍ଦର ପରିଡା, ସୌଭାଗ୍ୟ ରଞ୍ଜନ ନାୟକ ପ୍ରମୁଖ ମାର୍ଗ ଦର୍ଶନ କରିଥିଲେ l


