ଦୁଷ୍କର୍ମ ମାମଲା ; ଶ୍ବଶୁର ଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଥାନା ଅଧୀନ ଏକ ଗାଁ ରେ ଜଣେ ବୋହୂ ଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଅଭିଯୁକ୍ତ  ଶ୍ବଶୁର ପଞ୍ଚାନନ ଗୌଡ ଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୨୦୪/୨୦ ଦଫା – ୨୯୪/୩୨୩/୩୭୬(ଆଇ)/୪୯୮(କ)/୫୦୬/୩୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ସେହିପରି ଅନ୍ୟତମ ଅଭିଯୁକ୍ତ ନାବାଳକ ଦିଅର ଙ୍କୁ ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡ଼ ରେ ହାଜର କରାଯିବା ପରେ ତାଙ୍କୁ ବ୍ରହ୍ମପୁର ସ୍ଥିତ ବାଳ ସୁଧାର ଗୃହ କୁ ପଠାଇ ଦିଆଯାଇଛି। ପୋଲିସ ସୂଚନାନୁସାରେ ପଞ୍ଚାନନ ତାଙ୍କ ପୁଅ ରାଜମିସ୍ତ୍ରୀ କାମ କରୁଥିବା ମିଛ କହି ଗାଁ ନିକଟ ଜଣେ ଯୁବତୀଙ୍କ ସହ  ୨୦୧୭ ମାର୍ଚ୍ଚ ୭ ତାରିଖରେ ବିବାହ କରାଇ ଦେଇଥିଲେ। ପ୍ରକୃତରେ ତାଙ୍କ ପୁଅ ମସ୍ତିସ୍କ ବିକୃତ ଥିବା ଜଣାପଡିଛି।  ବିବାହ ସମୟରେ  ଶ୍ଵଶୁର ଘର ଲୋକଙ୍କ ଦାବି ମୁତାବକ  ସମସ୍ତ ପ୍ରକାର ଯୌତୁକ  ସାମଗ୍ରୀ,ଘରକରଣା ସମେତ ନଗଦ ୧ ଲକ୍ଷ ଟଙ୍କା ଦିଆଯାଇଥିଲା। ପରେ ଅଧିକା ଯୌତୁକ ପାଇଁ ତାଙ୍କୁ ଶ୍ବଶୁର , ଶାଶୁ, ନଣନ୍ଦ ନିର୍ଯ୍ୟାତନା ଦେଉଥିଲେ। ସ୍ଵାମୀ ଙ୍କୁ ଛେଳି ଚରାଇବାକୁ ବଣକୁ ପଠାଇ ଦେବା ପରେ ତାଙ୍କ  ଅନୁପସ୍ଥିତି ର ସୁଯୋଗ ନେଇ ନାବାଳକ ଦିଅର  ତାଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ  ଏକାଧିକ ବାର ଦୁଷ୍କର୍ମ କରିଥିବା ଏତଲା ରେ ଉଲ୍ଲେଖ ରହିଛି।ଏପରିକି ଶ୍ବଶୁର ମଧ୍ୟ ତାଙ୍କୁ ଦିନବେଳା ଘରେ କେହି ନଥିବା ସୁଯୋଗ ନେଇ ବହୁବାର ଦୁଷ୍କର୍ମ କରିଥିବା ପୀଡ଼ିତା ବୋହୂ ତାଙ୍କ ଏତଲାରେ ଉଲ୍ଲେଖ କରିବା ସହ ତଦନ୍ତକାରୀ ପୋଲିସ ଅଧିକାରୀଙ୍କ ନିକଟରେ ବୟାନ ଦେଇଛନ୍ତି।ଶାଶୁ ଓ ନଣନ୍ଦ ଙ୍କୁ ସେ ସମସ୍ତ ବିଷୟ ଜଣାଇ ଥିଲେ ମଧ୍ୟ ଏହାର ପ୍ରତିକାର କରାନଯାଇ ଗର୍ଭବତୀ ଅବସ୍ଥାରେ ତାଙ୍କୁ ଅତ୍ୟାଚାର କରାଯାଉଥିଲା। ତାଙ୍କ ଦେହ ଖରାପ ହେବାରୁ ଡାକ୍ତରୀ ଚିକିତ୍ସା ତ ଦୂରର କଥା ସେମାନେ ତାଙ୍କୁ ମିଳିତ ଭାବେ  ବାପ ଘରୁ ଅଧିକା ୨ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ କହି ଜୋର୍ ଜବରଦସ୍ତ ବାପ ଘରକୁ ପଠାଇ ଦେଇଥିଲେ। ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ କରିବା ପରେ ମଧ୍ୟ ଶ୍ବଶୁର ଘର ଲୋକେ କେହି ଦେଖିବାକୁ ମଧ୍ୟ ଗଲେ ନାହିଁ।ପରବର୍ତ୍ତୀ ଅବସ୍ଥାରେ  ଶ୍ବଶୁର ତାଙ୍କୁ ଜୀବନରେ ମାରିଦେବାକୁ ଯୋଜନା ଚଳାଇଥିବା ଏତଲା ରେ ଉଲ୍ଲେଖ ରହିଛି। ପୀଡ଼ିତା ଓ ଅଭିଯୁକ୍ତ ଦ୍ୱୟଙ୍କ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଡାକ୍ତରୀ ମାଇନା କରାଯିବା ପରେ  କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ