ଚକାପାଦରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକର ବସ୍ତିଙ୍ଗିଆ ଠାରେ ଓଡ଼ିଶା ମୋ ପରିବାର ଆନୁକୂଳ୍ୟରେ ଜୀବନବିନ୍ଦୁ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଚକାପାଦ ବ୍ଳକ ବିଜେଡ଼ି ସଭାପତି ରାଜେଶ କୁମାର ଦିଗାଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ରକ୍ତଦାନ ଶିବିରରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏଥିରେ ଅଞ୍ଚଳର ବହୁ ଯୁବକ ମାନେ ସାମିଲ୍ ହୋଇ ରକ୍ତଦାନ କରିଥିଲେ। ଜିଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣ , ବ୍ଳକ ଅଧ୍ୟକ୍ଷ ପ୍ରଭଜଂନ କହଁର , ସାଂସଦ ପ୍ରତିନିଧି ଉମାଚରଣ ମଲିକ , ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁରଙ୍କ ସମେତ ବିଧାୟକ ପ୍ରତିନିଧି ଓ ଅନ୍ୟମାନେ ଉପସ୍ଥିତ ରହି ରକ୍ତଦାନ ମାନଙ୍କୁ ଉତ୍ସାହିତ କରିଥିଲେ।