୩ ମାସ ପରେ ମୃତଦେହ ଠାବ

ପାରଲାଖେମୁଣ୍ଡି,(ତାରିଣୀ ପଣ୍ଡା): ରାୟଗଡା ପୋଲିସ କଙ୍କାଳ ସହ ଏକ ମୃତଦେହ ପାଇଛି । ତିନି ମାସ ପୂର୍ବରୁ ହନୁମନ୍ତପୁର ଅଞ୍ଚଳର ଏକ ବ୍ୟକ୍ତି ନିଖୋଜ ଥିଲେ । ରାୟଗଡ ଆରକ୍ଷୀ ଅଧିକ୍ଷ୍ୟକ ଡ.ଶ୍ରୀ ଶର୍ୱଣ ବିବେକ ଏମ ଙ୍କ ଠାରୁ ମିଳିଥିବା ପ୍ରେସ ବିବୃତି ଦେଇଥିଲେ,ବିଷମକଟକ ଥାନାରେ ତା:୧୯/୦୯/୨୦୨୦ରିଖରେ, କନ୍ଧମାଳ ଜିଲ୍ଲାର କୋଟଗଡ଼ ଗାଁର ଚିତ୍ତରଞ୍ଜନ ବୋଲାରିସିଂହ (୫୨) ପିତା ଭାସ୍କର ବୋଲାରିସିଂହ ଙ୍କ ଭାଇ ମନୋରଞ୍ଜନ ବୋଲାରିସିଂହ ନିଖୋଜ ଥିବା ବିଷୟରେ ଲିଖିତ ଅଭିଯୋଗ ବିଷମକଟକ ଥାନାରେ ଦେଇଥିଲେ, ଯିଏ କି ଚଳିତ ବର୍ଷ ଜୁନ୍ ଆରମ୍ଭରୁ ନିଖୋଜ ଥିଲେ | ଲିଖିତ ଅଭିଯୋଗକୁ ଆଧାର କରି ଉକ୍ତ ମାମଲାର ତଦନ୍ତ ଅଧିକାରୀ ଇନ୍ସପେକ୍ଟର ଏମ.ଏସ. ଶର୍ମାଙ୍କ ନେତୃତ୍ୱରେ ଅନୁସନ୍ଧାନ କରିବା ସମୟରେ ଜଣାପଡିଛି ଯେ ନିଖୋଜ ବ୍ୟକ୍ତି ମନୋରଞ୍ଜନ ବୋଲାରିସିଂହ ତା ୦୩/୦୬/୨୦୨୦ରିଖ ପ୍ରାୟ ୪ ଟା ସମୟରେ ତିନିଜଣ ତଥା ଗୁଡାରି ଥାନା ଅଧିନସ୍ଥ ପଙ୍କବାଡି ଗ୍ରାମର ରଘୁନାଥ ଭଟୋ (୪୦) ପିତା ସାଶିଭୂଷଣ ଭଟୋ ବିଷମକଟକ ଥାନା ଅଧିନସ୍ଥ ସିନ୍ଦିପଙ୍କା ଗ୍ରାମର ନକୁଳ ଦଣ୍ଡସେନା (୨୬) ଏବଂ ଚନ୍ଦ୍ରପୁର ଥାନା ଅଧିନସ୍ଥ ହନୁମାନପୁର ଗ୍ରାମର ଗଣେଶ ସାହୁ (୩୩) ପିତା ରାମ କୃଷ୍ଣ ସାହୁ ବିଳମ୍ବିତ ସମୟରେ ଅତି ନିର୍ମମ ଭାବରେ ହତ୍ୟା କରିବା ପରେ ଚନ୍ଦ୍ରପୁର ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଥିବା ଆଣ୍ଡାଲିମା ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲ ଭିତରେ ଥିବା ଏକ ଗୁମ୍ଫାରେ ମୃତ ମନୋରଞ୍ଜନ ଶରୀର ପୋତି ଦେଇଥିବା ଉକ୍ତ ତିନି ଅଭିଯୁକ୍ତ କହିଥିଲେ । ପରେ ପୋଲିସ ଅଭିଯୁକ୍ତକୁ ନେଇ ଜଙ୍ଗଲରେ ଥିବା ଘଟଣା ସ୍ତଳରୁ ଗୁମ୍ଫାରେ କଙ୍କାଳ ସହ ଏକ ମୃତ ଶରୀର ପୋତି ଦିଆଯାଇଥିବା ଅବସ୍ଥାରେ ପାଇଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ ନିଖୋଜ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିବାର ଉଦ୍ଦେଶ୍ୟ ହେଉଛି ଅଭିଯୁକ୍ତ ପୁରୁଷର ଜଣେ ମହିଳା ସମ୍ପର୍କୀୟଙ୍କ ସହ ସମ୍ପର୍କ ରଖିବା,ଯାହାକୁ ସେମାନେ ପ୍ରତିବାଦ କରିଥିଲେ । ବିଷମକଟକ ଏସ.ଡି.ପି.ଓ ଆକାଶ ସାହୁ ଓ.ପି.ଏସ ଅଧୀନରେ ଗଠିତ ଏକ ପୋଲିସ୍ ଟିମ୍ ଦ୍ୱାରା ଉର୍ଦ୍ଧ ୩ ମାସ ପୂର୍ବରୁ ବହୁତ ନିର୍ମମ ରୂପେ ଘଟିଥିବା ଉକ୍ତ ହତ୍ୟା ମାମଲାଟିକୁ ସମାଧାନ କରିଥିଲେ ​​|

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ