ମହିଳା ଜିବୀକା ସୁରକ୍ଷା ମଂଚ ଫୁଲବାଣୀର ପୁଷ୍ଟିଯୁକ୍ତ ଖାଦ୍ୟ ସୁରକ୍ଷା ଅଭିଯାନ

ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକ ଅଧିନସ୍ଥ କେରେଡି ଗ୍ରାମ ପଂଚାୟତ ଅନ୍ତର୍ଗତ ରାଶିମେଣ୍ଢି ଗ୍ରାମରେ ମହିଳା ଜିବୀକା ସୁରକ୍ଷା ମଂଚ,ଫୁଲବାଣୀ କନ୍ଧମାଳର ପୁଷ୍ଟିଯୁକ୍ତ ଖାଦ୍ୟ ସୁରକ୍ଷା ଅଭିଯାନ କୁ ନେଇ ଏକ ସଭା ଅନୁଷ୍ଟିତ ହୋଇଯାଇଛି । ସେହି ଗ୍ରାମରେ ଥିବା ରାସନ କାର୍ଡ ଧାରୀ ଗରିବ ଆଦିବାସୀ ଓ ଦଳିତ ପରିବାର ବାସ କରୁଛନ୍ତି ଯାହାର କି ବଜାରରୁ ତେଲ, ଡାଲି ପନିପରିବା କିଣି ଖାଇବା ପାଇଁ ତାଙ୍କ ପାଖରେ ସମ୍ଭଳ ନାହିଁ । ଫଳରେ ତାଙ୍କ ପରିବାରର ଶିଶୁ,ଗର୍ଭବତୀ ଓ ପ୍ରସୁତୀ ମହିଳା କିଶୋରୀ ବାଳିକାମାନେ ଅପପୃଷ୍ଟିର ଶିକାର ହେଉଛନ୍ତି । ତେଣୁ ଏହାର ପ୍ରତିକାର ପାଇଁ ରାଜ୍ୟ ସ୍ଥରୀୟ ଅଭିଯାନ ଆରମ୍ଭ କରାଯାଇଛି ।ଏହି ଅଭିଯାନ ରାଜ୍ୟ ସ୍ଥରୀୟ ଲୋକ ସଙ୍ଗଠନ ଓଡିଶା ଶ୍ରମଜିବୀ ମଂଚ ଏବଂ ମହିଳା ଶ୍ରମଜୀବି ମଂଚ ର ଆହ୍ୱାନ କ୍ରମେ ରାଜ୍ୟ ତଥା କନ୍ଧମାଳ ଜିଲ୍ଲା ବିଭିନ୍ନ ବ୍ଳକରେ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । ଏଥିରେ ମୁଖ୍ୟତଃ ବିପିଏଲ ଓ ପିଡିଏସ ହିତାଧିକାରୀଙ୍କୁ ରାଜ୍ୟ ସରକାର କୋଭିଡ୍ ସମୟରେ ଅତିରିକ୍ତ ୫କେଜି ଚାଉଳ ୧କେଜି ଡାଲି ଯୋଗାଇଥିଲେ । ତାହାକୁ ନଭେମ୍ବର ୨୦୨୦ପର୍ଯ୍ୟନ୍ତ ଦେବା ପରେ ବନ୍ଦ କରିଦିଆଯିବା ନେଇ ଘୋଷଣା କରିଥିଲେ । ତାକୁ ପରିବର୍ତନ କରି ଏହ କରୋନ ମହାମାରୀରେ ହନ୍ତସନ୍ତ ହେଉଥିବା ଗରିବ ହିତାଧିକାରୀଙ୍କୁ ଆଉ ଏକ ବର୍ଷ ପାଇଁ ଚାଉଳ,ଡାଲି,ତେଲ ପରି ଅତ୍ୟାବଶ୍ୟକ ସାମଗ୍ରୀକୁ ଯୋଗାଇବା ନିମନ୍ତେ ସ୍ଥାନୀୟ ଜନସାଧାରଣକୁ ନେଇ ମହିଳା ଜିବୀକା ସୁରକ୍ଷା ମଂଚର କର୍ମକର୍ତ୍ତା ମାନେ ଦସ୍ତଖତ ଅଭିଯାନ ଆରମ୍ଭ କରିବା ସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ଏକ ଦାବୀ ପତ୍ର ଅନଲାଇନ୍ ମାଧ୍ୟମରେ ପ୍ରଦାନ କରିବାକୁ ବୈଠକରେ ନିଷ୍ପତି ନିଆଯାଇଛି ବୋଲି ମହିଳା ସୁରକ୍ଷା ଜିବୀକା ସୁରକ୍ଷା ମଂଚ ଫୁଲବାଣୀ, କନ୍ଧମାଳର ବ୍ଳକ ସଭାନେତ୍ରୀ ସୁମତୀ ମୁଖି କହିଛନ୍ତି । ଫୁଲବାଣୀ ବ୍ଳକ ମହିଳା ଜିବୀକା ସୁରକ୍ଷା ମଂଚର ବ୍ଳକ ସଂଯୋଜିକା ସି ଏଚ . ଭାରତୀ ରାଓ ଓ ଜନସାଥି କଲ୍ୟାଣୀ ପ୍ରଧାନ,ବନିତା ଦିଗାଲ,ତେଜସ୍ୱିନୀ ଦେହୁରୀ ପ୍ରମୁଖ ଉକ୍ତ ଦାବୀ ପତ୍ରକୁ ଉପସ୍ଥାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ