ଫିରିଙ୍ଗିଆ ଅଂଚଳର ନାଟ୍ୟ ନିର୍ଦ୍ଦେଶକଙ୍କ ପରଲୋକ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କନ୍ଧମାଳ ଜିଲ୍ଲା ତଥା ଫିରିଙ୍ଗିଆ ଅଂଚଳର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ତଥା ମଂଚ ଅଭିନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ପରଲେକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ସେ ଜିଲ୍ଲା ତଥା ଫିରିଙ୍ଗିଆ ଅଂଚଳରେ ବିଜୁ ଭାଇ ନାମାରେ ପରିଚିତ ଥିଲେ । ଗତ ୭ ତାରିଖ ଦିନ ତାଙ୍କର କୋଭିଡରେ ଆକ୍ରନ୍ତ ହୋଇଥିବା ଜଣାପଡିବା ପରେ ଫୁଲବାଣୀ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଗତ ୧୨ ତାରିଖ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ଫୁଲବାଣୀରୁ ତାଙ୍କୁ ଭୂବନେଶ୍ୱର କିମସ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଭୂବନେଶ୍ୱର ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ସୋମବାର ରାତିରେ ଦେହାନ୍ତ ହୋଇଥିଲା । ଭୂବନେଶ୍ୱର ମହାନଗର ନିଗମ ଦ୍ୱାରା ତାଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଭୂବନେଶ୍ୱର ଶକ୍ତିନଗର ସ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିବା ପରିବର ଲୋକଙ୍କ ଠାରୁ ଜଣାପଡିଛି । ବିଜୁ ଭାଇଙ୍କ ପରଲେକାରେ ଫିରିଙ୍ଗିଆ ଅଂଚଳରେ ତାଙ୍କ ପରିବାର ସମେତ ବନ୍ଧୁ ପରିଜନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ବିଜୁଭାଇ ନିଜେ ଜଣେ ସଫଳ ମଂଚ ଅଭିନେତା ଭାବରେ ଫିରିଙ୍ଗିଆ ଅଂଚଳରେ ଜଣାଶୁଣା ଥିବା ସହିତ ଜିଲ୍ଲା ତଥା ଜିଲ୍ଲା ବାହାରେ ଅନେକ ଗୁଡିଏ ସାମାଜିକ ଓ କାଲ୍ପନିକ ନାଟକରେ ନିର୍ଦ୍ଦେଶନା କରି ବେଶ ପ୍ରସଂଶିତ ହୋଇପାରିଥିଲେ । ଫିରିଙ୍ଗିଆ ଅଂଚଳର ଅନେକ ସାସ୍କୃତିକ ସାମାଜିକ ଅନୁଷ୍ଠାନ ସହ ଜଡିତ ଥିଲେ । ଅନ୍ୟକୁ ସାହାଯ୍ୟ କରିବା ମନବୃତି ଓ ମିଷ୍ଟଭଷି ଗୁଣ ଯୋଗୁଁ ସେ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ । ଖବର ପାଇ ଫିରିଙ୍ଗିଆ ଅଂଚଳର ଜଣାଶୁଣା ନାଟ୍ୟ ନିର୍ଦ୍ଦେଶକ ତଥା ସାମ୍ବାଦିକ ମହାଦେବ ସାହୁ , ତାଙ୍କର ସାଥି ନିର୍ଦ୍ଦେଶକ ଜ୍ୟୋତିରଞ୍ଜନ କଟା , ସମାଜସେବି ପ୍ରଦିପ କୁମାର ମହାପାତ୍ର , ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ,ପଂଚାୟତ ସ୍ନାତକ ମହାବିଦ୍ୟାଳୟ ଅଧକ୍ଷ ନବଘନ ସାହୁ ,ସିମାଂଚଳ ମହାରଣା ,କୈାଳାଶ ପଣ୍ଡାଙ୍କ ସହ ଅଂଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କ ସହ ଫିରିଙ୍ଗିଆ ଅଂଚଳର ବିଭିନ୍ନ ଗ୍ରାମାଂଚଳ ମାନଙ୍କରେ ନାଟ୍ୟ ନିର୍ଦ୍ଦେଶନ ଦେଇଥିବା ନାଟ୍ୟ ଅନୁଷ୍ଠାନର କର୍ମକର୍ତ୍ତା ଓ ତାଙ୍କ ଛାତ୍ର ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।


