ମହଙ୍ଗା ପଡ଼ିଲା କୋଭିଡ୍ ନିୟମ ଉଲ୍ଲଂଘନ;ବାହାଘର ଉତ୍ସବ ପାଳନ ବେଳେ ପୋଲିସର ଚଢ଼ାଉ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କୋଭିଡ-୧୯ ନିୟମ ଉଲ୍ଲଂଘନ କରି ପୁଅ ବାହାଘର କରିବା ମହଙ୍ଗା ପଡ଼ିଲା । ବାଲିଗୁଡ଼ା ଥାନା ତଗାକିଆରେ ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ମେଳି କରି ପୁଅ ଘରେ ବାହାଘର ଚାଲିଥିବା ବେଳେ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ଚଢ଼ାଉ, ମାଇକ୍ ସେଟ୍ ସହ ବର ପିତା ଥାନାରେ ଅଟକ । ବାପ ପୁଅଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ପୋଲିସ୍ । ସୂଚନା ପ୍ରକାରେ ମଙ୍ଗଳବାର  ସନ୍ଧ୍ୟା ସମୟରେ ବାଟାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତଗାକିଆ ଗ୍ରାମର ପରମେଶ୍ୱର ମଲ୍ଲିକଙ୍କ ଘରେ ତାଙ୍କ ପୁଅ ନକୁଳ ମଲ୍ଲିକ ଓ ରେବିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ସାତାମାସ୍କା ଗ୍ରାମର ଲହଡ଼ା ମଲ୍ଲିକଙ୍କ ଝିଅ ପ୍ରୀତି ମଲ୍ଲିକଙ୍କ ସହ ବିବାହ ଉତ୍ସବ ଚାଲିଥିଲା, ହେଲେ କୋଭିଡ୍ ନିୟମକୁ ନମାନି ୨୦୦ରୁ ଉର୍ଦ୍ଧ୍ୱ ବନ୍ଧୁବାନ୍ଧବଙ୍କ ଗହଣରେ ନାଚଗୀତର ଆସର ଜମାଇ ବିବାହ ଉତ୍ସବ ଚାଲିଥିବା ଖବର ପହଁଚିଥିଲା ବାଲିଗୁଡ଼ା ପୋଲିସ୍ ପାଖରେ । ଥାନା ଅଧିକାରୀ ନିଜ ଟିମ୍ ସହ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଘଉଡାଇବା ସହ ମାଇକ୍ ସେଟ୍ ଜବତ କରିଛି । ଘଟଣାରେ ବର ନକୁଳ ଓ ତାଙ୍କ ବାପା ପରମେଶ୍ୱରଙ୍କ ନାମରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ